ଡମ୍ପରକୁ ଧକ୍କାଦେଲା ହାଇଓ୍ବା: ଗାଡ଼ିରେ ଚାପିହେଲେ ଡ୍ରାଇଭର

ଯୋଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ତଥା ଜୁରୁଡି ଲାଲ୍‌ ଗେଟ୍‌ ଛକ ନିକଟ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଡମ୍ପର ପଛକୁ ଏକ ହାଇଓ୍ବା ଧକ୍କା ଦେଇଛି। ଏଥିରେ ହାଇଓ୍ବା ଡ୍ରାଇଭର ଅରୁଣ ପ୍ରସାଦ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଡମ୍ପରଟି ବାଂଶପାଣି ଆଡୁ ଜୁରୁଡି ଅଭିମୁଖେ ଯାଉଥିବା ବେଳେ ପଛରୁ ଆସୁଥିବା ହାଇଓ୍ବା ତାକୁ ଧକ୍କା ଦେଇଥିଲା। ଏଥିରେ ଅରୁଣ ଗାଡ଼ିରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲ ପଠାଇଛି।