ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା ନେଇ ଗୁରୁବାର ସକାଳୁ ଥାନାରେ ଅଭିଯୋଗ ହୋଇଛି। ମୃତ ପ୍ରହ୍ଲାଦଙ୍କ ପୁଅ ସନ୍ତୋଷ ଲାଖୁଆ ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ରଞ୍ଜିତଙ୍କୁ ଗାଁମୁଣ୍ଡରୁ ଗିରଫ କରିଛି। ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାଟିକୁ ପୋଲିସ ଜବତ କରିଛି। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୩୦୨ରେ ଏକ ମାମଲା(୬୭/୨୦) ରୁଜୁ କରି ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ଘଟଣାର ତଦନ୍ତ ଚଳାଇଛନ୍ତି। ହତ୍ୟାକାଣ୍ଡର ସଠିକ୍‌ କାରଣ ଜଣାପଡ଼ି ନ ଥିବା ବେଳେ ଉଭୟ ମୃତକ ଓ ହତ୍ୟାକାରୀ ମିଳିମିଶି ମଦ୍ୟପାନ କରିବା ଓ ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।