ଟ୍ରକ୍‌ ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ

ବଡ଼ବିଲ,୨୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନାଲଦାଠାରେ ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ପୌରାଞ୍ଚଳ ୱାର୍ଡ ନଂ. ୧ ନାଲଦାରେ ରହୁଥିବା ଲକ୍ଷ୍ମୀ ସିଂ (୫୫)।
ସୂଚନାଯୋଗ୍ୟ, ଲକ୍ଷ୍ମୀ ରାସ୍ତା ପାରି ହେଉଥିବା ବେଳେ ଏକ ୧୨ ଚକିଆ ଟ୍ରକ୍‌(ନଂ. ଓ ୦୯ ଏ ୩୯୫୬) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବଡ଼ବିଲ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଡ୍ରାଇଭର ଧର୍ମେନ୍ଦ୍ର ସିଂହଙ୍କୁ ଗିରଫ କରିଥିବା ଜଣାପଡ଼ିଛି।