Categories: ଭଦ୍ରକ

ଟ୍ରେଲରରୁ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର, ୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୩୧ା୩- ୧୬ ନଂ. ଜାତୀୟ ରାଜପଥ ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରେଲରକୁ ସୋମବାର ସନ୍ଧ୍ୟାରେ ପରିବହନ ବିଭାଗ ଜବତ କରିଛି। ଉକ୍ତ ଟ୍ରେଲରଠାରୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜବତ ଟ୍ରେଲରକୁ ଗ୍ରାମାଞ୍ଚଳ ଥାନାକୁ ହସ୍ତାନ୍ତର କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକମାନଙ୍କୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗେଲପୁର ସ୍କୁଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହି ଶ୍ରମିକ ମାନେ ଖୋର୍ଦ୍ଧାରୁ ଝାଡ଼ଖଣ୍ଡ ଯାଉଥିବା ସୂଚନା ମିଳିଛି।