Categories: ମେଟ୍ରୋ

ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ: ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା ଅଫିସ/ବୋଲଗଡ଼,୮।୬(ଡି.ଏନ୍‌.ଏ.): ଖୋର୍ଦ୍ଧା-ବଲାଙ୍ଗୀର ପୂର୍ବତଟ ରେଳପଥର ବୋଲଗଡ଼ ଟାଉନ୍‌ ପି.ଏଚ୍‌ ନିକଟରେ ଶନିବାର ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ବୋଲଗଡ଼ ପୋଲିସ ମୃତଦେହ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଯୁବକ ଜଣକ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।