ଟ୍ରେନ୍‌, ଷ୍ଟେଶନରେ ବଢୁଛି ଟିଟିଇ, ଟିସିଙ୍କ ଉତ୍ପାତ: ଟ୍ରେନ୍‌ ଯାତ୍ରୀଙ୍କୁ ଟିସିଙ୍କ ତଣ୍ଟିଆ, ଷ୍ଟେଶନରେ ଉତ୍ତେଜନା

ଭୁବନେଶ୍ୱର,୧।୩(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ଟିକେଟ ଚେକିଂ ନାଁରେ ଯାତ୍ରୀଙ୍କୁ ନାନା ପ୍ରକାର ହଇରାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଶନିବାର ଭୁବନେଶ୍ୱର ରେଳ ଷ୍ଟେଶନ ମୁଖ୍ୟ ଫାଟକରେ ଜଣେ ଯାତ୍ରୀଙ୍କୁ ଟିକେଟ କଲେକ୍ଟର (ଟିସି) ଦୁର୍ବ୍ୟବହାର କରିବା ସହ ତଣ୍ଟିଆ ମାରିବାକୁ ନେଇ ତୁମୁଳକାଣ୍ଡ ଘଟିଛି। ଅନ୍ୟ ଯାତ୍ରୀମାନେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରିବା ସହ ଷ୍ଟେଶନ ପରିସର ସିଟିଆଇ କାର୍ଯ୍ୟାଳୟକୁ ଘେରାଉ କରି ହୋହଲ୍ଲା କରିଥିଲେ। ଏପରି କି ଆକ୍ରମଣକାରୀ ଟିସି ଜଣକ ଉକ୍ତ କାର୍ଯ୍ୟାଳୟ ବାହାରକୁ ନ ଆସିବାରୁ ଯାତ୍ରୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ ଓ ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଫଳରେ ଦୀର୍ଘ ସମୟ ଧରି ଷ୍ଟେଶନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଶେଷରେ ପୋଲିସ ଯାତ୍ରୀଙ୍କୁ ବୁଝାଶୁଝା କରିବା ସହ ଜିଆର୍‌ପି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲା। ପରେ ଟିସି ଜଣକ ଭୁଲ୍‌ ମାଗିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର କିଶୋରଚନ୍ଦ୍ର ବେହେରା ପୁଣେରେ ପାଣି ପାଇପ୍‌ କାମ କରନ୍ତି। ସେ ସ୍ତ୍ରୀ ଓ ୯ ମାସର ଶିଶୁ ସହ କୋଣାର୍କ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ଶନିବାର ଅପରାହ୍ନ ପ୍ରାୟ ୪ଟା ୪୫ରେ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରୁ ଓହ୍ଲାଇଥିଲେ। ପରେ ସେମାନେ ଲଗେଜ ଧରି ଷ୍ଟେଶନରୁ ବାହାରୁଥିଲେ। ଏହି ସମୟରେ ପ୍ରସ୍ଥାନ ଗେଟ ନିକଟରେ ଜଣେ ଟିସି ସେମାନଙ୍କୁ ଅଟକାଇ ଟିକେଟ ମାଗିଥିଲେ। ଟିକେଟ ସ୍ତ୍ରୀଙ୍କ ପାଖରେ ରହିଥିଲା। କିଶୋର ଟିକେଟ କାଢ଼ିବାକୁ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ହେଲେ ତାଙ୍କ ସ୍ତ୍ରୀ ୯ମାସର ଶିଶୁକୁ କାଖେଇ ଥିବାରୁ ଟିକେଟ ପର୍ସରୁ କାଢିବାରେ ବିଳମ୍ବ ହୋଇଥିଲା। କ’ଣ ପାଇଁ ବିଳମ୍ବ କରୁଛୁ, ଟିକେଟ ନ କରି ଟ୍ରେନରେ ଆସିଛୁ। ଖୋଜିବା ଆଳରେ ମିଛ ବାହାନା ଦେଖାଉଛୁ ବୋଲି ଟିସିି ଜଣକ କିଶୋରଙ୍କୁ କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିଲେ। କିଶୋର ପ୍ରତିବାଦ କରିବାରୁ ଟିସି ଜଣକ ତାଙ୍କୁ ତଣ୍ଟିଆ ମାରିଥିଲେ। ଫଳରେ ସେ ତଳେ ପଡିଯାଇଥିଲେ। ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ଏହା ଦେଖି ଟିସିଙ୍କୁ ବିରୋଧ କରିଥିଲେ। କ୍ରମଶଃ ଯାତ୍ରୀଙ୍କ ଗହଳି ବଢ଼ିବା ସହ ହୋହଲ୍ଲା କରିବାରୁ ସମ୍ପୃକ୍ତ ଟିସି ସେଠାରୁ ଖସିଯାଇ ସିଟିଆଇ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲେ। ଯାତ୍ରୀମାନେ ଉକ୍ତ କାର୍ଯ୍ୟାଳୟ ଆଗରେ ଗହଳି ଜମାଇ ସମ୍ପୃକ୍ତ ଅଧିକାରୀଙ୍କୁ ବାହାରକୁ ଆସି ଉତ୍ତର ଦେବାକୁ ପାଟିକରି ଡାକିବା ସହ ହୋହଲ୍ଲା କରିଥିଲେ। ଖବର ପାଇ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଓ ଜେନେରାଲ ରେଲ୍‌ଓ୍ବେ ପୋଲିସ (ଜିଆର୍‌ପି) ସେଠାରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ରାଜୁ ରାଉତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ,ପୂର୍ବରୁ ସେ ଏହି ଷ୍ଟେଶନରୁ ବାହାରିବା ସମୟରେ ଟିକେଟ ଯାଞ୍ଚ କରୁଥିବା ଅଧିକାରୀମାନେ ବିଳମ୍ବ ପାଇଁ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ସେମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଅଧିକାରୀ ଓ କର୍ମଚାରୀମାନେ ଅନ୍ୟ ଉଦ୍ଦେଶ୍ୟ ରଖି କିଛି ଗୋଟେ ବାହାନା କରି ହଇରାଣ କରୁଛନ୍ତି। ସେହିଭଳି ଟିଟିଇମାନେ ମଧ୍ୟ ଟିକେଟ ଯାଞ୍ଚ ନାଁରେ ହଇରାଣ କରୁଥିବା ଅନ୍ୟଜଣେ ଯାତ୍ରୀ କହିଛନ୍ତି। ତେବେ ଶନିବାର ଘଟଣା ସଂକ୍ରାନ୍ତରେ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି, ଏ ନେଇ ମୋ ନିକଟରେ ଖବର ରହିଛି। ପ୍ରକୃତରେ ଘଟଣା କ’ଣ ହୋଇଛି ପୂରା ଯାଞ୍ଚ କରୁଛୁ। ଯଦି ଅଭିଯୋଗର ପ୍ରମାଣ ମିଳେ ନିଶ୍ଚିତ ପଦକ୍ଷେପ ନିଆଯିବ, ଆଗକୁ ଯେଭଳି ଯାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri