ଟ୍ରେନ୍‌ରେ ଲୁଚି ପଳାଇ ଆସିଥିବା ୨ ଛାତ୍ର ଉଦ୍ଧାର

ଯାଜପୁର ରୋଡ୍‌,୧୬ା୯(ନି.ପ୍ର.)- ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର କବାଡିପଡା ବିଦ୍ୟାଳୟର ୨ ଜଣ ଛାତ୍ରଙ୍କୁ ରବିବାର ଉଦ୍ଧାର କରାଯାଇଛି। ଏମାନେ ଖୋର୍ଦ୍ଧା ଭଦ୍ରକ୍‌ ଟ୍ରେନ୍‌ରେ ଚଢି ପଳାଇ ଆସିଥିଲେ। ସେମାନଙ୍କୁ ଯାତ୍ରୀମାନେ ଉଦ୍ଧାର କରି ଯାଜପୁର ଓ କେନ୍ଦୁଝର ରେଲ୍‌ଓ୍ବେ ଷ୍ଟେଶନ ଆର୍‌ପିଏଫ୍‌ ଥାନାରେ ଜିମା ଦେଇଛନ୍ତି। ଛାତ୍ରମାନେ ହେଲେ ସନ୍ତୋଷ ପାତ୍ର ୫ମ ଶ୍ରେଣୀ ଓ ମିହିର ସାହୁ ୨ୟ ଶ୍ରେଣୀ। ସେମାନଙ୍କୁ ଶିକ୍ଷକମାନେ ମାଡ଼ ଦେଇଥିବାରୁ ଭୟରେ ଲୁଚି ପଳାଇ ଆସିଥିବା ଆର୍‌ପିଏଫ୍‌ ଥାନାରେ ବୟାନ ଦେଇଛନ୍ତି। ଆର୍‌ପିଏଫ୍‌ କର୍ତ୍ତୃପକ୍ଷ ସେମାନଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିବା କହିଛନ୍ତି।