Categories: ଜାତୀୟ

ଟ୍ରେନରେ ଓମ୍‌ ବିର୍ଲା ଭର୍ସେସ୍‌ ମଦୁଆ: ଯୁବକଙ୍କୁ ଗିରଫ କଲା ଆରପିଏଫ୍‌ ପୋଲିସ

ନୂଆଦିଲ୍ଲୀ,୧୦।୯: ଟ୍ରେନରେ ମଦୁଆଙ୍କୁ ଉଚିତ ଶିକ୍ଷା ଦେଲେ ଲୋକ ସଭା ବାଚସ୍ପତି। ନୂଆଦିଲ୍ଲୀରୁ ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସର ଏସି ବଗିରେ ରବିବାର ଲୋକ ସଭା ବାଚସ୍ପତି ଯାତ୍ରା କରୁଥିଲେ। ସେହି ସମୟରେ ତାଙ୍କ ପାଖ ବଗିରେ ବସିଥିବା କିଛି ଯୁବକ ନିଶା ସେବନ କରୁଥିଲେ। ଏଥିସହ ଟ୍ରେନରେ ହଙ୍ଗାମା ମଧ୍ୟ କରିଥିଲେ, ଯାହାକୁ ଅଟକାଇବା ପାଇଁ ଓମ୍‌ ବିର୍ଲା ଯାଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଯୁବକମାନେ ଦୁର୍ବ୍ୟବହାର କରିଥିଲେ। ଏଣୁ ବିର୍ଲା ପୋଲିସକୁ ଖବର ଦେଇଥିଲେ। ଏହାପରେ ମଥୁରା ଜଙ୍କସନ୍‌ରେ ଟ୍ରେନ ପହଞ୍ଚିବା ପରେ ଆରପିଏଫ୍‌ ଓ ଜିଆରପି ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଥିଲା। ଏହାପରେ ସୋମବାର ରେଲଓ୍ବେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୪ଜଣ ଯୁବକଙ୍କୁ ହାଜର କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଛି। ଲୋକ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଏମ୍‌ପିମାନଙ୍କୁ ସବୁବେଳେ ଓମ୍‌ ବିର୍ଲା ତାଗିଦ୍‌ କରୁଥିବା ବେଳେ ଏବେ ମଦୁଆଙ୍କୁ ସାବାଡ କରିଛନ୍ତି।

Share