ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌ ବି ମାର୍କେଟ୍‌କୁ ଆସିଥାଏ। ଏଠାରେ ସେମିତି କିଛି ଟ୍ରେଣ୍ଡି ରେନ୍‌କୋଟ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହା ବର୍ଷାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲାଗିଥାଏ…..

ପୋଲ୍‌କା ଡଟ୍‌ ରେନ୍‌କୋଟ୍‌: ଅଲ୍‌ ଟାଇମ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ପୋଲ୍‌କା ଡଟ୍‌ ଆଉଟ୍‌ଫିଟ୍‌। ଏବେ ପୋଲ୍‌କା ଡଟ୍‌ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି, ଯାହା ଷ୍ଟାଇଲିଶ୍‌ ଲାଗିବା ସହ ବିଭିନ୍ନ ଲେଙ୍ଗ୍‌ଥରେ ବି ଆସୁଛି।

ଟ୍ରାନ୍ସପରେଣ୍ଟ ଓ୍ବାଟରପ୍ରୁଫ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ଟ୍ରାନ୍ସପରେଣ୍ଟ ହୋଇଥିବାରୁ ପୋଷାକ ଉପରେ ଏହାକୁ ପିନ୍ଧିଲେ ବି ଅନ୍ୟମାନେ ଆପଣଙ୍କ ପୋଷାକକୁ ସହଜରେ ଦେଖିପାରିଥାନ୍ତି। ତେଣୁ ଏହା ଦ୍ୱାରା ଦୁଇଟି ସୁବିଧା ହୁଏ। ଗୋଟିଏରେ ବର୍ଷାରୁ ରକ୍ଷା ପାଇହୁଏ, ଦ୍ୱିତୀୟରେ ଆପଣଙ୍କର ଷ୍ଟାଇଲିଶ୍‌ ଆଉଟ୍‌ଫିଟ୍‌କୁ ଅନ୍ୟମାନଙ୍କ ଆଗରେ ଶୋ’ ଅଫ୍‌ ବି କରିହୁଏ। ଏହି ରେନ୍‌କୋଟ୍‌ ଉଭୟ ନି ଲେଙ୍ଗ୍‌ଥ ଆଉ ଲଙ୍ଗ୍‌ ଲେଙ୍ଗ୍‌ଥରେ ମିଳିଥାଏ।

ଫ୍ରକ୍‌ ଷ୍ଟାଇଲ ରେନ୍‌କୋଟ୍‌: ଫ୍ରକ୍‌ ଷ୍ଟାଇଲ୍‌ର ଦେଖାଯାଉଥିବା ଏହି ରେନ୍‌କୋଟ୍‌ ମହିଳାମାନଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ବର୍ଷାଦିନେ ଫ୍ୟାଶନ୍‌ ସହ ସାଲିସ୍‌ କରିବାକୁ ଚାହୁଁ ନ ଥିବା ଷ୍ଟାଇଲିଶ୍‌ ମହିଳାମାନଙ୍କ ପାଇଁ ଏହା ଏକ ଭଲ ଅପ୍ସନ। ଖାସ୍‌ କରି ନି ଲେଙ୍ଗ୍‌ଥରେ ଆସୁଥିବା ଏହି ରେନ୍‌କୋଟ୍‌ ନି ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ସହ ହିଁ ଭଲ ମାନିଥାଏ। ତା’ଛଡ଼ା ଘେରବାଲା ତଥା ଫ୍ଲୋରାଲ ଡିଜାଇନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ରେନ୍‌କୋଟ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ସ୍କର୍ଟ-ଟପ୍ସ ଷ୍ଟାଇଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ପିନ୍ଧିଲେ କେହି ବି ଦ୍ୱନ୍ଦ୍ୱରେ ପଡିଯିବେ ଯେ, ଆପଣ ରେନ୍‌କୋଟ୍‌ ପିନ୍ଧିଛନ୍ତି ନା କୌଣସି ସ୍କର୍ଟ ଟପ୍ସ। ଅବିକଳ ସ୍କର୍ଟ ଓ ଟପ୍ସ ଷ୍ଟାଇଲ୍‌ରେ ଆସୁଥିବା ଏହି ରେନ୍‌କୋଟ୍‌ ପିନ୍ଧିଲେ ବର୍ଷାଦିନେ ବେଶ୍‌ କମ୍ଫର୍ଟେବଲ୍‌ ବି ଲାଗିଥାଏ। ତା’ଛଡ଼ା ଏହା ଲଙ୍ଗ୍‌ ଲେଙ୍ଗ୍‌ଥରେ ଆସୁଥିବାରୁ ଓଦା ହେବାର ସମ୍ଭାବନା ବି ଖୁବ୍‌ କମ୍‌ ଥାଏ।

ଲେସ୍‌ ରେନ୍‌କୋଟ୍‌: ଏହା ବି ଏକ ଷ୍ଟାଇଲିଶ୍‌ ରେନ୍‌କୋଟ୍‌। ଏହି ରେନ୍‌କୋଟ୍‌ର ଭିତର ପାର୍ଶ୍ୱରେ ଯେକୌଣସି ଟ୍ରାନ୍ସପରେଣ୍ଟ କଲର୍‌ର ଏକ ଓ୍ବାଟର୍‌ପ୍ରୁଫ୍‌ କପଡ଼ା ଥାଏ ଏବଂ ବାହାର ପାର୍ଶ୍ୱରେ ସେହି କଲର୍‌ର ଲେସ୍‌ କାମ ହୋଇଥିବା କପଡ଼ା ଲାଗିଥାଏ। ଫଳରେ ଏହା ବର୍ଷାରୁ ରକ୍ଷା କରିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ବିଭିନ୍ନ ଲେଙ୍ଗ୍‌ଥ୍‌ରେ ବି ଏହା ମାର୍କେଟରେ ଉପଲବ୍ଧ ହୋଇଥାଏ।

ଓ୍ବେଷ୍ଟ ଲେଙ୍ଗ୍‌ଥ ରେନ୍‌କୋଟ୍‌: ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ରହୁଥିବାରୁ ଏହାକୁ ପିନ୍ଧି ବର୍ଷାରେ ଗଲାବେଳେ ଆପଣଙ୍କ ପୋଷାକ ଅଣ୍ଟା ପର୍ଯ୍ୟନ୍ତ ଓଦା ହେବନାହିିଁ, କିନ୍ତୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଆପଣ ଓଦା ହୋଇଯିବେ। କେବଳ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଯେଉଁମାନେ ସଟ୍ସ ପିନ୍ଧୁଛନ୍ତି, ସେମାନେ ଚାହିଁଲେ ଏହାକୁ ପିନ୍ଧି ପାରିବେ।

ସାଇକେଲ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ର ଡିଜାଇନ୍‌ ଏମିତି ହୋଇଛି, ଯାହାକୁ ପିନ୍ଧି ବର୍ଷାଦିନେ ସୁବିଧାରେ ସାଇକେଲ ବି ଚଳେଇହେବ। ଏହାକୁ ପିନ୍ଧି ସାଇକେଲ ଉପରେ ବସିଲେ ଏହା ଆପଣଙ୍କ ଶରୀରକୁ ଘୋଡାଇବା ସହ ସାଇକେଲର ସିଟ୍‌, କ୍ୟାରିଅର ଏବଂ ହ୍ୟାଣ୍ଡେଲ୍‌କୁ ମଧ୍ୟ ଘୋଡ଼ାଇ ଦେବ। ଯଦ୍ଦ୍ବାରା ବର୍ଷାରେ ଓଦା ନ ହୋଇ ସୁବିଧାରେ ସାଇକେଲର ପେଡାଲ ମାରି ଆଉ ହ୍ୟାଣ୍ଡେଲ୍‌କୁ କଣ୍ଟ୍ରୋଲ କରି ସାଇକେଲ ଚଳେଇହେବ।

ମୋଟରସାଇକେଲ ରେନ୍‌କୋଟ୍‌: ସାଇକେଲ ରେନ୍‌କୋଟ୍‌ ପରି ମୋଟରସାଇକେଲ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି। ଏହି ରେନ୍‌କୋଟ୍‌ ଚାଳକଙ୍କୁ ବର୍ଷାରୁ ରକ୍ଷା କରିବା ସହ ମୋଟରସାଇକେଲକୁ ମଧ୍ୟ ଘୋଡ଼େଇ ରଖିଥାଏ। ତା’ଛଡ଼ା ଚାଳକଙ୍କ ପଛରେ ବି ଯଦି ଆଉ ଜଣେ ବସି ଯିବାକୁ ଚାହିଁବେ, ତା’ହେଲେ ତାଙ୍କ ପାଇଁ ବି ଏଥିରେ ସ୍ବତନ୍ତ୍ର କ୍ୟାପ୍‌ ସିଷ୍ଟମ୍‌ ରହିଛି। ଏହା ଏକ ଲାଟେଷ୍ଟ ଷ୍ଟାଇଲ୍‌ ରେନ୍‌କୋଟ୍‌, ଯାହାକୁ ପିନ୍ଧି ବର୍ଷାଦିନେ ବିନା ଓଦାରେ ମୋଟରସାଇକେଲ ଚଳେଇ ହେଉଥିବାରୁ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri