ଟ୍ରେଣ୍ଡରେ ‘ଟି ଲେଙ୍ଗ୍‌ଥ ଡ୍ରେସ୍‌’

ଯେଉଁ ଡ୍ରେସ୍‌ର ଲମ୍ବା ଆଣ୍ଠୁ ତଳକୁ, ହେଲେ ଗୋଇଠି ଉପରକୁ ରହିଥାଏ, ତାକୁ ଟି ଲେଙ୍ଗ୍‌ଥ ଡ୍ରେସ୍‌ କୁହାଯାଏ। ଏହି ଡ୍ରେସ୍‌କୁ ପିନ୍ଧିଲେ କମ୍ଫଟେବଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ମିଳିଥାଏ। ଖାସ୍‌ ସେଇଥିପାଇଁ ସାଧାରଣ ଯୁବତୀଙ୍କଠୁ ଆରମ୍ଭ କରି ବଲିଉଡ୍‌ ଡିଭାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଡ୍ରେସ୍‌ର ମାୟାରେ ପଡିଥିବା ଲକ୍ଷ୍ୟ କରାଯାଏ…

ଟି ଲେଙ୍ଗ୍‌ଥ ଏମିତି ଏକ ଡ୍ରେସ୍‌, ଯାହାର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ଏହାର ଅନେକ ସ୍ବତନ୍ତ୍ରତା ରହିଛି, ଫଳରେ ଏହି ଡ୍ରେସ୍‌ର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା ବେଶି ଓପନ୍‌ ହୋଇଥାଏ ନା ଶରୀରକୁ ସମ୍ପୂର୍ଣ୍ଣ କଭର୍‌ କରିକି ରଖିଥାଏ। ତା’ଛଡ଼ା ଏହି ଡ୍ରେସ୍‌ର ଲମ୍ବା ଗୋଇଠି ଉପରକୁ ରହୁଥିବାରୁ ଏହାର ତଳଭାଗରେ ସହଜରେ ମଇଳା ଲାଗେ ନାହିଁ। ଫଳରେ ଏହାକୁ ପିନ୍ଧିଲେ କମ୍ଫଟେବୁଲ ଲାଗିବା ସହ କ୍ଲାସି ଲୁକ୍‌ ମିଳିଥାଏ। ଏପରିକି ବର୍ଷାଦିନେ ବି ଚାହିଁଲେ ଏହାକୁ ଆରାମରେ ପିନ୍ଧିହୁଏ। ଖାସ୍‌ ଏହିସବୁ କାରଣ ପାଇଁ ବଲିଉଡ୍‌ ଡିଭାମାନଙ୍କୁ ମଧ୍ୟ ଅନେକ ଥର ଟି ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧି ଫଟୋ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଥାଏ। ତେବେ ଏହାର ଅନେକ ଭେରାଇଟି ଏବେ ମାର୍କେଟ୍‌ରେ ମିଳିଲାଣି। ତା’ହେଲେ ଆସନ୍ତୁ ଜାଣିବା ଟି ଲେଙ୍ଗ୍‌ଥ ଡ୍ରେସ୍‌ର କ’ଣ ସବୁ ଲାଟେଷ୍ଟ ଫ୍ୟାଶନ ଚାଲିଛି…

ସିମ୍ପଲ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌: ମାର୍କେଟ୍‌ରେ ପିୟୋର୍‌ କଟନ୍‌ର ଖୁବ୍‌ ସୁନ୍ଦର ସୁନ୍ଦର ସିମ୍ପଲ ଟି ଲେଙ୍ଗ୍‌ଥ ଡ୍ରେସ୍‌ ମିଳୁଛି। ଏହାକୁ ଆପଣ ଚାହିଁଲେ ରେଗୁଲାର୍‌ ବ୍ୟବହାର କରିପାରିବେ ନଚେତ୍‌ ଅଫିସ୍‌କୁ ମଧ୍ୟ ପିନ୍ଧି ଯାଇପାରିବେ। ଏ ଷ୍ଟାଇଲ୍‌ର ଡ୍ରେସ୍‌ ସୋବର୍‌ ଲୁକ୍‌ ଦେଇଥାଏ।

ଫ୍ଲୋରାଲ୍‌ ପ୍ରିଣ୍ଟ: ଯଦି ଆପଣ ଅନେକ ଅପ୍ସନ ମଧ୍ୟରୁ କାହାକୁ ଗୋଟିଏ ଚଏସ୍‌ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି, ତା’ହେଲେ ସବୁଠୁ ଭଲ ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଟି ଲେଙ୍ଗ୍‌ଥ ଡ୍ରେସ୍‌ ବାଛନ୍ତୁ। କାରଣ ଏହା ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ଟ୍ରେଣ୍ଡି ବି ଲାଗିଥାଏ। ତା’ଛଡ଼ା ଏହି ଡ୍ରେସ୍‌ ପିନ୍ଧି ଆପଣ କାଜୁଆଲ୍‌ ଆଉଟିଂରେ କିମ୍ବା ଶପିଂ ପାଇଁ ବି ଯାଇପାରିବେ।

ଓ୍ବାନ୍‌ ସୋଲ୍ଡର୍‌ : ଯଦି କୌଣସି ପାର୍ଟି ଫଙ୍କଶନ୍‌କୁ ସର୍ଟ ଲେଙ୍ଗ୍‌ଥ ଡ୍ରେସ୍‌ ପିନ୍ଧିକି ଯିବାକୁ ଆଣପଙ୍କୁ ପସନ୍ଦ ନ ଥାଏ, ତା’ହେଲେ ବ୍ରାଇଟ୍‌ କଲର୍‌ର ଓ୍ବାନ ସୋଲ୍ଡର୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କ ପାଇଁ ଭଲ ହେବ। ଏହା କମ୍ଫଟେବୁଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ବି ଲାଗିବ।

ଅଫ୍‌ ସୋଲ୍ଡର୍‌: ଅଫ୍‌ ସୋଲ୍ଡର୍‌ର ଟି ଲେଙ୍ଗ୍‌ଥ ଡ୍ରେସ୍‌ ଯୁବତୀଙ୍କୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ। ଏହା ସହିତ ଆପଣ ଚାହିଁଲେ ଟିକେ ଗର୍ଜିୟସ୍‌ ଇୟର ରିଂକୁ ମ୍ୟାଚିଂ କରି ପିନ୍ଧିପାରିବେ।

ବଡି ଫିଟିଙ୍ଗ୍‌: ଯଦି ଆପଣଙ୍କର ସ୍ଲିମ୍‌ ଟ୍ରିମ୍‌ ପର୍ସନାଲିଟି ରହିଛି, ତା’ହେଲେ ବଡି ଫିଟିଙ୍ଗ୍‌ ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କୁ ସ୍ମାର୍ଟ ଲୁକ୍‌ ନିଶ୍ଚୟ ଦେବ। ବିଶେଷକରି ସାଙ୍ଗସାଥୀ କିମ୍ବା ପରିବାର ସଦସ୍ୟଙ୍କ ସହିତ କୁଆଡେ ଆଉଟିଂରେ ଗଲାବେଳେ ଏହି ଡ୍ରେସ୍‌କୁ ଟ୍ରାଏ କରନ୍ତୁ, ଦେଖିବେ କେତେ କମ୍ଫଟେବୁଲ୍‌ ଲାଗିବ।

ସମର୍‌ ଫ୍ରେଣ୍ଡଲି: ଯଦି ଆପଣଙ୍କୁ କାଜୁଆଲ୍‌ ଲୁକ୍‌ ପସନ୍ଦ, ତା’ହେଲେ ସମର୍‌ ଫ୍ରେଣ୍ଡଲି ଷ୍ଟ୍ରାଇପ୍‌ ପ୍ରିଣ୍ଟ ବାଲା ଟି ଲେଙ୍ଗ୍‌ଥ ଡ୍ରେସ୍‌ ଆପଣଙ୍କ ପାଇଁ ପରଫେକ୍ଟ ହେବ। ଏହା ମଧ୍ୟ କାଜୁଆଲ୍‌ ଆଉଟିଂ ପାଇଁ ବେଷ୍ଟ ଅପ୍ସନ ହୋଇପାରେ। ତା’ଛଡ଼ା ଏ ଷ୍ଟାଇଲ୍‌ର ଡ୍ରେସ୍‌କୁ ଖରା, ବର୍ଷା ସବୁବେଳେ ପିନ୍ଧିହେବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri