ଟ୍ରାଫିକ ନିୟମ ଭାଙ୍ଗିଲେ ବଢ଼ିଯିବ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୮-୯: ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ଭାରି ଜରିମାନା ଦେଇ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ବେଳେ ସରକାର ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ଆଗାମୀ ଦିନରେ ଗାଡ଼ି ବୀମା ପଲିସିକୁ ଟ୍ରାଫିକ ନିୟମ ଉଲ୍ଲଂଘନ ସହ ଯୋଡିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଅର୍ଥାତ୍‌ ବର୍ତ୍ତମାନ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ବେଳେ ତାଙ୍କ ଠାରୁ ଅଧିକ ମାତ୍ରାରେ ବୀମା ପ୍ରିମିୟମ ଆଦାୟ କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏଆଇ) ଏକ ୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରିଛି। ଏଥିରେ ଦିଲ୍ଲୀ ପୋଲିସ, ଆଇଆର୍‌ଡିଏଆଇ, ଇନ୍‌ସ୍ୟୁରାନ୍ସ ଇନ୍‌ଫର୍ମେଶନ ବ୍ୟୁରୋ ଅଫ୍‌ ଇଣ୍ଡିଆ ଏବଂ ପ୍ରମୁଖ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀର ମୁଖ୍ୟମାନଙ୍କୁ ସାମିଲ କରାଯାଇଛି। ଗାଡ଼ି ଇନ୍‌ସ୍ୟୁରାନ୍ସ ପଲିସିକୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ସହ ଯୋଡିବା ନେଇ ଏହି କମିଟି ସରକାରଙ୍କୁ ସୁପାରିସ୍‌ କରିବ। ଏଥିପାଇଁ ଏହାକୁ ୨ ମାସ ସମୟ ଦିଆଯାଇଛି।
ଦିଲ୍ଲୀରୁ ଆରମ୍ଭ ହେବ ପାଇଲଟ ପ୍ରକଳ୍ପ
ଆଇଆର୍‌ଡିଏଆଇ ପକ୍ଷରୁ ଶୁକ୍ରବାର ଜାରି ଏକ ନିର୍ଦ୍ଦେଶ ମୁତାବକ ବୀମା କମ୍ପାନୀଗୁଡ଼ିକ ପ୍ରିମିୟମ ବୃଦ୍ଧି କରିବାର ଫର୍ମୁଲାର କ୍ରିୟାନ୍ବୟନ ଲାଗି ରାଜଧାନୀ ଦିଲ୍ଲୀରେ ଏକ ପାଇଲଟ ପ୍ରକଳ୍ପ ହାତକୁ ନେବେ। କମିଟି ପକ୍ଷରୁ ପ୍ରଦତ୍ତ ସୁପାରିସ୍‌ ଭିତ୍ତିରେ ଗାଡି ବାବଦ ଜରିମାନା ପ୍ରଦାନ କରା ନ ଗଲେ ନୂଆ ବୀମା ପଲିସି ନେବା ବେଳେ ଗାଡ଼ି ମାଲିକଙ୍କ ଠାରୁ ଏହି ଅର୍ଥକୁ ବୀମା ପ୍ରିମିୟମ ଆକାରରେ ଆଦାୟ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନକୁ ବୀମା ପଲିସି ସହ ଯୋଡାଯିବା ଯୋଗୁ ସଡ଼କ ଦୁର୍ଘଟଣା ଅନେକାଂଶରେ କମିବ। ଦିଲ୍ଲୀରେ ଏହି ପ୍ରକଳ୍ପ ସଫଳ ହେଲେ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଦେଶରେ ଲାଗି କରାଯିବ।
ବଦଳିବ ଡ୍ରାଇଭରଙ୍କ ବ୍ୟବହାର
ଆଇଆର୍‌ଡିଏଆଇ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ମେଟ୍ରୋ ତଥା ସ୍ମାର୍ଟ ସହରରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ଉପରେ ଜୋର୍‌ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ନିୟମ ଉଲ୍ଲଂଘନରେ ସାମିଲ ଗାଡ଼ିର ପଞ୍ଜୀକୃତ ମାଲିକ/ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେଥିଲାଗି ଅଟୋମେଟେଡ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ ତଥା ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇଛି। ସଡ଼କ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ବୀମା ପ୍ରିମିୟମକୁ ଟ୍ରାଫିକ ନିୟମ ଉଲ୍ଲଂଘନ ସହ ଯୋଡାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri