ଟ୍ରାଫିକ ନିୟମ ଭାଙ୍ଗିଲେ ବଢ଼ିଯିବ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୮-୯: ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ଭାରି ଜରିମାନା ଦେଇ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ବେଳେ ସରକାର ଆଉ ଏକ ଝଟକା ଦେବାକୁ ଯାଉଛନ୍ତି। ଆଗାମୀ ଦିନରେ ଗାଡ଼ି ବୀମା ପଲିସିକୁ ଟ୍ରାଫିକ ନିୟମ ଉଲ୍ଲଂଘନ ସହ ଯୋଡିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଅର୍ଥାତ୍‌ ବର୍ତ୍ତମାନ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ବେଳେ ତାଙ୍କ ଠାରୁ ଅଧିକ ମାତ୍ରାରେ ବୀମା ପ୍ରିମିୟମ ଆଦାୟ କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏଆଇ) ଏକ ୯ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରିଛି। ଏଥିରେ ଦିଲ୍ଲୀ ପୋଲିସ, ଆଇଆର୍‌ଡିଏଆଇ, ଇନ୍‌ସ୍ୟୁରାନ୍ସ ଇନ୍‌ଫର୍ମେଶନ ବ୍ୟୁରୋ ଅଫ୍‌ ଇଣ୍ଡିଆ ଏବଂ ପ୍ରମୁଖ ଜେନେରାଲ ଇନ୍‌ସ୍ୟୁରାନ୍ସ କମ୍ପାନୀର ମୁଖ୍ୟମାନଙ୍କୁ ସାମିଲ କରାଯାଇଛି। ଗାଡ଼ି ଇନ୍‌ସ୍ୟୁରାନ୍ସ ପଲିସିକୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ସହ ଯୋଡିବା ନେଇ ଏହି କମିଟି ସରକାରଙ୍କୁ ସୁପାରିସ୍‌ କରିବ। ଏଥିପାଇଁ ଏହାକୁ ୨ ମାସ ସମୟ ଦିଆଯାଇଛି।
ଦିଲ୍ଲୀରୁ ଆରମ୍ଭ ହେବ ପାଇଲଟ ପ୍ରକଳ୍ପ
ଆଇଆର୍‌ଡିଏଆଇ ପକ୍ଷରୁ ଶୁକ୍ରବାର ଜାରି ଏକ ନିର୍ଦ୍ଦେଶ ମୁତାବକ ବୀମା କମ୍ପାନୀଗୁଡ଼ିକ ପ୍ରିମିୟମ ବୃଦ୍ଧି କରିବାର ଫର୍ମୁଲାର କ୍ରିୟାନ୍ବୟନ ଲାଗି ରାଜଧାନୀ ଦିଲ୍ଲୀରେ ଏକ ପାଇଲଟ ପ୍ରକଳ୍ପ ହାତକୁ ନେବେ। କମିଟି ପକ୍ଷରୁ ପ୍ରଦତ୍ତ ସୁପାରିସ୍‌ ଭିତ୍ତିରେ ଗାଡି ବାବଦ ଜରିମାନା ପ୍ରଦାନ କରା ନ ଗଲେ ନୂଆ ବୀମା ପଲିସି ନେବା ବେଳେ ଗାଡ଼ି ମାଲିକଙ୍କ ଠାରୁ ଏହି ଅର୍ଥକୁ ବୀମା ପ୍ରିମିୟମ ଆକାରରେ ଆଦାୟ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନକୁ ବୀମା ପଲିସି ସହ ଯୋଡାଯିବା ଯୋଗୁ ସଡ଼କ ଦୁର୍ଘଟଣା ଅନେକାଂଶରେ କମିବ। ଦିଲ୍ଲୀରେ ଏହି ପ୍ରକଳ୍ପ ସଫଳ ହେଲେ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଦେଶରେ ଲାଗି କରାଯିବ।
ବଦଳିବ ଡ୍ରାଇଭରଙ୍କ ବ୍ୟବହାର
ଆଇଆର୍‌ଡିଏଆଇ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ମେଟ୍ରୋ ତଥା ସ୍ମାର୍ଟ ସହରରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ଉପରେ ଜୋର୍‌ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ନିୟମ ଉଲ୍ଲଂଘନରେ ସାମିଲ ଗାଡ଼ିର ପଞ୍ଜୀକୃତ ମାଲିକ/ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେଥିଲାଗି ଅଟୋମେଟେଡ ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟ ତଥା ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇଛି। ସଡ଼କ ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ବୀମା ପ୍ରିମିୟମକୁ ଟ୍ରାଫିକ ନିୟମ ଉଲ୍ଲଂଘନ ସହ ଯୋଡାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri