Posted inଜାତୀୟ

ଟ୍ରାଫିକ ନିୟମ ବଦଳାଇଲେ ରାଜ୍ୟ ଦାୟୀ: ‘ଟଙ୍କା ନୁହେଁ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟ’

ନୂଆଦିଲ୍ଲୀ,୧୨ା୯: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ ଜରିମାନା ରାଶିକୁ ହ୍ରାସ କରାଇବାକୁ ଉଦ୍ୟମ କରୁଥିବା ରାଜ୍ୟ ଏହାର ପରିଣାମ ପାଇଁ ଦାୟୀ ରହିବେ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ବୁଧବାର କହିଛନ୍ତି। ପାର୍ଲାମେଣ୍ଟ ସଂଶୋଧିତ ମୋଟରଯାନ ଆଇନକୁ ଅନୁମୋଦନ କରିବା ପରେ ଭାଜପା ଶାସିତ ରାଜ୍ୟ ଗୁଜରାଟ ଜରିମାନା କମାଇଥିବାରୁ ଏହା ଦଳକୁ ଶକ୍ତ ଧକ୍କା ଦେଇଛି। କେତେକ ରାଜ୍ୟ ଜରିମାନା ଲାଗୁ କରିବେ ନାହିଁ ବୋଲି କହୁଥିବାବେଳେ ଟଙ୍କାଠାରୁ ଜୀବନ ଅଧିକ ମୂଲ୍ୟବାନ ବୋଲି ଗଡକରୀ କହିଛନ୍ତି। ଜୀବନ ବଞ୍ଚାଇବା ପାଇଁ ମୋଟରଯାନ ଆଇନକୁ କଠୋର କରାଯାଇଛି। ଆଇନ ପ୍ରତି ଲୋକଙ୍କ ଭୟ ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ପରିମାଣ ୯୦ ପ୍ରତିଶତ ହ୍ରାସ କରାଯିବ ବୋଲି ଗୁଜରାଟ ସରକାର ମଙ୍ଗଳବାର କହିଥିଲେ। ଏଭଳି ଜରିମାନାକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋକ୍‌ଠୋକ କହିଛନ୍ତି। ଭାରତରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ସେମାନଙ୍କ ମଧ୍ୟରୁ ୬୫ ପ୍ରତିଶତଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ। ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର ନୂଆ ଆଇନ ଆଣିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର। ଏହାକୁ ଦଳ ଓ ରାଜ୍ୟ ସରକାରଙ୍କଠାରୁ ଊର୍ଦ୍ଧ୍ୱରେ ଦେଖାଯିବା ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି। ବ୍ରିଟେନ, କାନାଡା, କାଲିଫର୍ନିଆ ଓ ଆର୍ଜେଣ୍ଟିନା ଭଳି ଦେଶର ମୋଟରଯାନ ଆଇନକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ସଂଶୋଧିତ ଆଇନ ଆଣିଥିଲେ। ସବୁ ମୁଖ୍ୟମନ୍ତ୍ରୀ ଏହାକୁ ଅନୁଧ୍ୟାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

‘ଓଡ଼ିଶାରେ ଜରିମାନା କମାଇବାକୁ ବିଚାର ଚାଲିଛି’

ଟ୍ରାଫିକ୍‌ ନିୟମକୁ ହେୟଜ୍ଞାନ କରି ଗାଡ଼ିର କାଗଜପତ୍ର ଠିକ୍‌ କରି ନ ଥିବା ଲୋକମାନେ ଏବେ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି। କାରଣ ସେମାନଙ୍କୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେବାକୁ ପଡ଼ୁଛି ୧୦ଗୁଣା ଜରିମାନା। ଏବେ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରି ପ୍ରଦୂଷଣ ସାର୍ଟିଫିକେଟ୍‌, ବୀମା, ଫିଟ୍‌ନେସ ଓ ଅନ୍ୟାନ୍ୟ କାଗଜପତ୍ର ଯୋଗାଡ଼ ନ କଲେ ରାସ୍ତାରେ ଗାଡ଼ି ଗଡ଼ାଇବା ମୁସ୍କିଲ। ପୂର୍ବରୁ ଅବଧି ପୂରି ଯାଇଥିଲେ ମଧ୍ୟ ଗାଡ଼ିର କାଗଜପତ୍ର ନବୀକରଣ ହେଉ ନ ଥିଲା। ଏବେ ଜୋରଦାର ଧରପଗଡ଼ ପରେ ଗତ କିଛିଦିନ ହେବ ପରିବହନ କାର୍ଯ୍ୟାଳୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବଡ଼ଧରଣର ଜରିମାନା ଯୋଗୁ ବିଭିନ୍ନ ଜାଗାରେ ଆଶାନ୍ତି ସୃଷ୍ଟି ହୋଇଥିଲେ ମଧ୍ୟ ଲୋକେ ନିଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗାଡ଼ିର କାଗଜପତ୍ର

ଠିକ୍‌ ରଖିବା ଓ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଆସ୍ତେ ଆସ୍ତେ ପ୍ରସ୍ତୁତ ହେଉଛନ୍ତି, ଯାହା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡ଼ରୁ ସ୍ପଷ୍ଟ ହେଉଛି। କିନ୍ତୁ ରାଜ୍ୟ ସରକାର ଜରିମାନା ପରିମାଣ ହ୍ରାସ କରିବାକୁ ବିଚାର କରୁଛନ୍ତି। ଗୁଜରାଟ ସରକାରଙ୍କ ଭଳି ମୋଟର ଯାନ ଜରିମାନା ପାଖାପାଖି ଅଧା ହ୍ରାସ କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୋଟର ଯାନ ଆଇନ କାର୍ଯ୍ୟକାରିତାକୁ ନେଇ ଅନ୍ୟ ରାଜ୍ୟଗୁଡ଼ିକର ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି। ସେମାନଙ୍କ ଗେଜେଟ ନୋଟିଫିକେଶନଗୁଡିକୁ ଅନୁଧ୍ୟାନ କରାଯିବା ପରେ ଜରିମାନା ରାଶି କମାଇବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧କୁ ସଚିବ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ ଆଦି ଦେବାକୁ କି ବ୍ୟବସ୍ଥା କରାଯାଇଛି ସେସବୁର ଅନୁଧ୍ୟାନ କରିଥିଲେ। ଲୋକମାନଙ୍କୁ ଗାଡି କାଗଜପତ୍ର ଯୋଗାଇ ଦେବାକୁ ପରିବହନ କାର୍ଯ୍ୟାଳୟରେ ଅଧିକ କାଉଣ୍ଟର ଖୋଲିବାକୁ ସେ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri