ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଉଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବାହୁଡ଼ାଯାତ୍ରା ଶେଷ ହେବା ପରେ ଏହି ବ୍ୟବସ୍ଥାକୁ ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି।
ଅନୁଗୋଳ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିସିଟିଭି ଲଗାଯିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା ଛକ, ହରିମହୁରୀ ଛକ, ସେଣ୍ଟ୍ରାଲ ଲଜ ଛକ ଓ ବଜାର ଛକରେ ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬ଟି ଛକରେ ସିସିଟିଭି ଖଞ୍ଜାଯିବ। ବର୍ତ୍ତମାନ ସୁଦ୍ଧା ୩୮ଟି କ୍ୟାମେରା ଲଗାଯାଇଥିବା ବେଳେ ପରେ ଉକ୍ତ ସଂଖ୍ୟା ଶହେକୁ ବୃଦ୍ଧି କରାଯିବ ବୋଲି ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ୩୮ ମଧ୍ୟରୁ ପ୍ରତି ଛକରେ ଗୋଟିଏ ଲେଖାଏ ପିଟିଜେଡ ଓ ଛକ ଚାରି ପାଖରେ ବୁଲେଟ କ୍ୟାମେରା ଲଗାଯାଇଛି। ଏହି ପିଟିଜେଡ କ୍ୟାମେରା ପ୍ରତି ୩ ସେକେଣ୍ଡରେ ୩୬୦ ଡିଗ୍ରୀରେ ବୁଲି ସହର ଉପରେ ନଜର ରଖିବ। ସେହିପରି ବୁଲେଟ କ୍ୟାମେରା ଗୁଡ଼ିକ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବ। ଅଗଷ୍ଟ ପ୍ରଥମ ସପ୍ତାହରେ ସହରର ୪ଟି ସ୍ଥାନରେ ୬ଟି ଅଟୋମେଟିକ ନମ୍ବର ପ୍ଲେଟ ରେକୋନାଇଜେଶନ୍ କ୍ୟାମେରା ଓ ୪ଟି ଆଡଭାନ୍ସ କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ଟ୍ରାଫିକ ନିୟମ ଉଂଲ୍ଲଘନ କରୁଥିବା ଲୋକଙ୍କୁ ଧରାଯିବ। ଏଥିସହ ବିଭିନ୍ନ ସମୟରେ ଗଣ୍ଡଗୋଳ ପାଇଁ ପ୍ରତ୍ସୋହିତ କରୁଥିବା ଲୋକଙ୍କ ଉପରେ ନଜର ରଖିବା, ବେଆଇନ ପାର୍କିଂ, ଜେବ୍ରା କ୍ରସିଂ ନ ମାନିଲେ ସେମାନଙ୍କ ଚିତ୍ର କ୍ୟାମେରାରେ କଏଦ କରାଯିବ ବୋଲି ଏସ୍ପି କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ୱେବସାଇଟ୍କୁ ଜିଲା ପୋଲିସ ମୁଖ୍ୟାଳୟ ସହ ଲିଙ୍କ୍ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜରିମାନା ପାଇଁ ରସିଦ୍ ପଠାଯିବ। ଏହାପରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ସମ୍ପୃକ୍ତ ବ୍ୟକ୍ତିମାନେ ଆସି ପୋଲିସ ମୁଖ୍ୟାଳୟରେ ଜରିମାନା ରସିଦ କାଟିବେ। ତେବେ ରାଜ୍ୟରେ ପ୍ରଥମ ଥର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନୁଗୋଳରେ ପୋଲିସ ପକ୍ଷରୁ କମାଣ୍ଡ କଣ୍ଟ୍ରୋଲ ସଫ୍ଟୱେର ବ୍ୟବହାର କରାଯାଇଛି। ପୂର୍ବରୁ ଏହି ସଫ୍ଟୱେର ତେଲେଙ୍ଗାନା ପୋଲିସ ବ୍ୟବହାର କରିଥିଲା। ସେହିପରି ଅପରାଧ ନିୟନ୍ତ୍ରଣ ପାଇଁ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ସଂଗ୍ରହ କରାଯାଇଛି। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋ ଡାଟାବେସ୍ରେ ଥିବା ଫଟୋ ସହିତ ମେଳ ଖାଇଲେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ କକ୍ଷକୁ ସେହି ସୂଚନା ମିଳିଯିବ। ଏହା ଦ୍ୱାରା ଅପରାଧୀଙ୍କୁ ଧରିବା ସହଜ ହେବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଠାରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସହରକୁ ସିସିଟିଭି ନଜରରେ ରଖାଯିବା ଯୋଜନା ଥିବା ଏସ୍ପି ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସହରରେ ଥିବା ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସିଟିଭିକୁ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲରୁମ୍ ସହ ଯୋଡ଼ାଯିବା ପାଇଁ ଅନୁଗୋଳ ପୋଲିସ ଅନୁରୋଧ କରିବ। ଏବେ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍ରେ ଫେସିଆଲ ଅପ୍ଡେଟ୍ ହେଉଛି। ଏହା ଦୁଇ ତିନି ଦିନ ମଧ୍ୟରେ ଶେଷ ହେବ ବୋଲି ଏସ୍ପି ପ୍ରକାଶ କରିଛନ୍ତି।
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ
ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…
ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ
ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…
ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….
ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…
ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…
ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…
ଘରକୁ ଫେରୁଥିବା ବେଳେ ବାଇକ୍କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ
ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…
ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ
ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…
ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…
ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…
Archives

