ଟ୍ରାକ୍ଟର ଓଲଟି ହେଲପର ମୃତ, ରାସ୍ତାରୋକୋ

ଗୁଡ଼ଭେଲା, ୩ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ବିଦେଶୀ ମଦ ଦେକାନ ସମ୍ମୁଖରେ ଏକ ଓଭରଲୋଡିଙ୍ଗ ଟ୍ରାକ୍ଟର ଓଲଟି ପଡିବାରେ ଗାଡି ହେରପରଙ୍କର ମୃତ୍ୟୁ ଘଟିଥିଲା। ସୋମବାର ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ତୁଷୁରା-ବଲାଙ୍ଗୀର ମୁଖ୍ୟରାସ୍ତାର ଜଗନ୍ନାଥ ମନ୍ଦିର ପାଖରେ ରାସ୍ତାରୋକୋ କରିଥିଲେ। ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ ଓ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ା ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଓ ଟ୍ରାକ୍ଟର ମାଳିକଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଘୋଷଣା କରିବା ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟିଥିଲେ । ସ୍ଥାନୀୟ ୟୁଥ ଆକ୍ସନ କମିଟିର ସଦସ୍ୟମାନେ ଆନ୍ଦୋଳନକୁ ସମର୍ଥନ କରି ମୃତକଙ୍କ ପରିବାରର ୪ ଶିଶୁଙ୍କ ଥାଇଥାନ କରିବା ପାଇଁ ଏହି ଅବସରରେ ଦାବି କରିଥିଲେ । ପରେ ତୁଷୁରା ଚିକିସତ୍ାଳୟରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ତୁଷୁରା ଚିକିତ୍ସାଳୟ ପାଖରେ ଥିବା ଲୁହାଛଡ ଦୋକାନରୁ ଦେଓଗାଁ ବ୍ଳକ ହାତିସରା ଗ୍ରାମର ଟ୍ରାକ୍ଟର ନମ୍ବର ଓଡ଼ି ୦୩ ପି ୭୩୦୧ରେ ପ୍ରାୟ ୩୫ କୁଇଣ୍ଟାଲ ରଡ ଲୋଡ କରିବା ପାଇଁ ଡ୍ରାଇଭର ସୁବ୍ରତ ବାଗ କହିଥିବା ବେଳେ ମାଲ ନେଉଥିବା ମାଲିକ ୪୫ କୁଇଣ୍ଟାଲ ବୋଝେଇ କରିବା ପାଇଁ କୁଆଡେ ବାଧ୍ୟ କରିଥିବା ଗାଡିରେ ଥିବା ଜଣେ ଶ୍ରମିକ ଅଭିଯୋଗ କରିଥିଲେ । ଓଭରଲୋଡ଼ିଂ ଯୋଗୁଁ ଟ୍ରାକ୍ଟର ଭାରସାମ୍ୟ ହରାଇ ତୁଷୁରା ବିଦେଶୀ ମଦ ଦେକାନ ସମ୍ମୁଖରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ ହେଲପର ଦେଓଗାଁ ବ୍ଳକ ହାତୀସରା ଗା୍ରମର କୈଳାସ କୁମୁରା ଟ୍ରାକ୍ଟର ତଳେ ଚାପି ହୋଇ ଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।