ଟ୍ରାକ୍ଟର ଓଲଟି ଜଣେ ମୃତ,୨ ଆହତ

ପାଟଣା,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ରାୟପୁର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପିଡ଼ିଛି। ଟ୍ରାକ୍ଟର ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ରାୟପୁର ଗ୍ରାମ କେନ୍ଦୁବେଡା ସାହିର ସୀତାରାମ ମହାନ୍ତଙ୍କ ପୁଅ ଶ୍ରୀତମ କୁମାର। ତେବେ ଦୁଇ ଆହତଙ୍କ ପରିଚୟ ମିଳିପାରିନାହିଁ। ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପାଟଣା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏ ନେଇ ଥାନାରେ ୨୮/୨୦ରେ ଏକ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।