Categories: ବାଣିଜ୍ୟ

ଟ୍ରମ୍ପଙ୍କ ଗସ୍ତକୁ ନେଇ ଶେୟାର ବଜାରରେ ଖୁସି ନୁହଁ

ନୂଆଦିଲ୍ଲୀ, ୨୫-୨: ସୋମବାରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି। ଭାରତରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ହେଲେ ତାଙ୍କ ଗସ୍ତକୁ ନେଇ ଦେଶର ଶେୟାର ବଜାର ଖୁସି ନ ଥିବା ପରି ଲାଗୁଛି। ଶେୟାର ବଜାର ଉପରେ କରୋନା ଭାଇରସର ପ୍ରଭାବ ଭାରି ପଡିଛି। କରୋନା ଭାଇରସ ପ୍ରଭାବରେ ସୋମବାର ଶେୟାର ବଜାର ସୂଚକାଙ୍କ ବୃହତ୍‌ ପରିମାଣର ହ୍ରାସ ହେବା ସହ ବନ୍ଦ ହୋଇଥିଲା। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୮୦୬.୮୯ ପଏଣ୍ଟ ଖସିଥିବା ବେଳେ ୪୦,୩୬୩.୨୩ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୨୪୨.୨୫ ପଏଣ୍ଟ ଖସିବା ସହ ୧୧,୮୩୮.୬୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହି ସମୟ ମଧ୍ୟରେ ସେନସେକ୍ସରେ ୧.୯୬% ଏବଂ ନିଫ୍ଟିରେ ୨.୦୧% ହ୍ରାସ ଘଟିଛି। କରୋନା ଯୋଗୁ ବର୍ତ୍ତମାନ ୨୫୦୦ ଲୋକଙ୍କ ମତୃ୍ୟ ଘଟିଛି। ୭୭ ହଜାର ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେନସେକ୍ସର ପ୍ରାୟ ସବୁ କମ୍ପାନୀଙ୍କ ଶେୟାର କାରବାର ପ୍ରଭାବିତ ହୋଇଛି। ଟାଟା ଷ୍ଟିଲରେ ସର୍ବାଧିକ ୬.୩୯% ହ୍ରାସ ଘଟିଛି। କରୋନା ଯୋଗୁ ଦକ୍ଷିଣ କୋରିଆରେ ୭୬୩ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି।

Share