Categories: ଜାତୀୟ

ଟ୍ରମ୍ପଙ୍କ ଆଗ୍ରା ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଟ୍ରମ୍ପ ଓ ତାଙ୍କ ପରିବାରଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ସିକ୍ରେଟ ସର୍ଭିସ ପାଖରେ ରହିଛି। ହେଲେ ବାହାରର ସୁରକ୍ଷା ଦାୟିତ୍ୱ ଏନ୍‌ଏସ୍‌ଜି ଓ ଉତ୍ତର ପ୍ରଦେଶ ପୋଲିସ ଉପରେ ନ୍ୟସ୍ତ କରାଯାଇଛି। ତେବେ ସୁରକ୍ଷା ବ୍ୟବସ୍ଥା ଏପରି କଡାକଡି କରାଯାଉଛି ଯେ ଆକାଶରୁ ପାତାଳ ପର୍ଯ୍ୟନ୍ତ ପକ୍ଷୀଟିଏ ବି ଦେଖାଯିବ ନାହିଁ ବୋଲି କୁହାଯାଉଛି। ହେଲେ ଗୋଟିଏ କଥାକୁ ନେଇ ଚିନ୍ତାରେ ଅଛନ୍ତି ସୁରକ୍ଷା ଏଜେନ୍ସି। ଆଗ୍ରାରେ ମାଙ୍କଡ଼ମାନଙ୍କ ଉପଦ୍ରବ ଅଧିକ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି କୁଆଡେ ୫ଟି ବଡ ବଡ ମାଙ୍ଗଡ଼ଙ୍କୁ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଛି। ଏମାନଙ୍କୁ ଦେଖିବା ପରେ ଛୋଟ ମାଙ୍କଡ଼ମାନେ ଦୂରେଇ ଯିବେ ବୋଲି ଅନୁମାନ କରି ଏଭଳି ପଦକ୍ଷେପ ନିଆଯାଇଥିବା ଶୁଣିବାକୁ ମିଳିଛି।

Share