ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲ ଅଧିକାରୀଙ୍କୁ କରୋନା

ବ୍ଲୁମ୍‌ବର୍ଗ, ୧୩।୩: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସହଯୋଗୀ ତଥା ବରିଷ୍ଠ ଅଧିକାରୀ ଫାବିଓ ଓ୍ବାଜ୍‌ଙ୍ଗର୍ଟେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ତାଙ୍କ ସହ ଡିନରରେ ଯୋଗ ଦେଇଥିଲେ। ସେ କରୋନା ସଂକ୍ରମିତ ଥିବା ଗୁରୁବାର ଜଣାପଡ଼ିଛି। ବ୍ରାଜିଲ ରାଷ୍ଟ୍ରପତିଙ୍କ ଯୋଗାଯୋଗ ସଚିବ ଫାବିଓ ଚଳିତ ସପ୍ତାହରେ ଫ୍ଲୋରିଡା ଗସ୍ତ କରିଥିଲେ। ଗସ୍ତ ଶେଷକରି ଫେରିବା ପରେ ଫାବିଓଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଆମେରିକାରେ ଟ୍ରମ୍ପଙ୍କ ସହ ସେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିବା ପ୍ରକାଶ କରିଛନ୍ତି।

Share