ଟ୍ରକ୍‌ ପଛରେ ପିଟିହେଲା ବୋଲେରୋ

କୋଳିମାଟି,୫।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନରେ ରହିଥିବା କନ୍ତୋମୂଶଳ ପୋଲ ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ଯୋଡ଼ାରୁ ଗୋଟିଏ ବୋଲେରୋରେ ୩ ଜଣ କଟକ ଅଭିମୁଖେ ଯାଉଥିଲେ। ହଠାତ୍‌ କନ୍ତୋ ପୋଲ ନିକଟରେ ଛିଡ଼ା ହୋଇଥିବା ଏକ ଲୁହା ବୋଝେଇ ଟ୍ରକ ପଛରେ ଏହା ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ବସିଥିବା ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଆହତ ଯାତ୍ରୀଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ପଠାଇଥିଲେ। ତେବେ ସେଠାରେ ବୋଲେରୋ ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।