ଟେଲିଭିଜନ୍‌ରେ କାହିଁକି ବାରମ୍ବାର ପ୍ରସାରିତ ହୋଇଥାଏ ‘ସୂର୍ଯ୍ୟବଂଶମ’? ଅମିତାଭ ରଖିଲେ ଉତ୍ତର

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ସୂର୍ଯ୍ୟବଂଶମ’। ଏହାକୁ କିଛି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରସାରିତ କରାଯାଇଥାଏ। ତେବେ ଫିଲ୍ମଟିକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳୁଥିବାରୁ ଏପରି ହେଉଅଛି। ମାତ୍ର ଅନେକେ ଏହାକୁ ଜବରଦସ୍ତ ଭାବେ ପ୍ରସାରଣ କରାଯାଉଥିବା ଅଭିଯୋଗ କରିଆସୁଛନ୍ତି। ଏହାର ଜବାବ ରଖିଛନ୍ତି ବିଗ୍‌ ବି ଅମିତାଭ।

ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ଫିଲ୍ମକୁ ଜୋର ଜବରଦସ୍ତ ନୁହେଁ ବରଂ ହାଇ ରେଟିଂ ଯୋଗୁ ବାରମ୍ବାର ପ୍ରସାରିତ କରାଯାଉଛି ବୋଲି ଜଣେ ବ୍ୟବହାରକାରୀ ଟୁଇଟରରେ ମତ ରଖିଥିଲେ। ଏହାକୁ ବାସ୍ତବରେ ବୋଲି କହି ରିଟୁଇଟ୍‌ କରିଛନ୍ତି ଅମିତାଭ।

୧୯୯୯ରେ ରିଲିଜ୍‌ ହୋଇଥିଲା ଏହି ଫିଲ୍ମ। ଅମିତାଭ ଏଥିରେ ଉଭୟ ବାପା ଓ ପୁଅ ଭୂମିକାରେ ଅଭିନୟ କରିଥିଲେ। ମାତ୍ର ୭ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ର ମୋଟ ୧୨ କୋଟି ୬୫ ଲକ୍ଷ ବ୍ୟବସାୟ କରିଥିଲା।

Share