ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏଥିସହିତ ଟେଲିକମ ସେକ୍ଟର ପାଇଁ ଜିଏସ୍‌ଟି ହାରକୁ ୧୮ରୁ ୧୨%କୁ ହ୍ରାସ କରାଯିବା ଉଚିତ୍‌। ଏହାର ସୁଫଳ ପରୋକ୍ଷରେ ଗ୍ରାହକ ହିଁ ପାଇବେ ବୋଲି ସେ କହିଛନ୍ତି। ତାଙ୍କ ମତରେ ତେବେ ଜିଏସ୍‌ଟି କାଉନସିଲକୁ ଏ ଦିଗରେ ନିଷ୍ପତ୍ତି ନେବାକୁ ହେବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଟେଲିକମ୍‌ କମ୍ପାନୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଉଥିବା ଲାଇସେନ୍ସ ଫି’୨୫% ହ୍ରାସ କରାଯିବା ଆବଶ୍ୟକ ବୋଲି ସେ ସୁପାରିସ୍‌ କରିଛନ୍ତି। ସରକାର ବର୍ତ୍ତମାନ ୟୁନିଭର୍ସାଲ ସର୍ଭିସେସ୍‌ ଓବ୍ଲିଗେଶନ ଫଣ୍ଡ ବାବଦରେ ୮% ଲାଇସେନ୍ସ ଫି ନେଉଥିବା ବେଳେ ଏଥିରେ ୨% ହ୍ରାସ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଇନ୍‌ପୁଟ କ୍ରେଡିଟ ବାବଦରେ ସରକାରଙ୍କ ନିକଟରେ ପଡ଼ି ରହିଥିବା ୩୦ ହଜାର କୋଟି ଟଙ୍କାକୁ ଫେରାଇ ଦେବାକୁ ପ୍ରସ୍ତାବରେ କୁହାଯାଇଛି। ସୂଚନାଥାଉ କି, ଲାଇସେନ୍ସ ଫି ହ୍ରାସ ହେବା ଦ୍ୱାରା ଭାରତୀ ଏୟାରଟେଲ ଓ ଭୋଡ଼ାଫୋନ ଆଇଡିଆ ଭଳି ଟେଲିକମ୍‌ କମ୍ପାନୀଙ୍କୁ ଫାଇଦା ମିଳିବ ଏବଂ ସେମାନଙ୍କ ନିକଟରେ ବଳକା ନଗଦ ରହିବ। ଏବେ ଭାରି ଋଣ କାରଣରୁ ଏହି ଦୁଇଟି କମ୍ପାନୀର କ୍ଷତିର ପରିମାଣ ବଢ଼ିବାରେ ଲାଗିଛି। ସେହିପରି ଆଜିର ଯୁଗରେ ମୋବାଇଲ ଫୋନ ଅପରିହାର୍ଯ୍ୟ ହୋଇଥିବା ବେଳେ ଏଥିରୁ ୧୨% ଜିଏସ୍‌ଟି ଆଦାୟ ହେଉଛି। ଅନ୍ୟପକ୍ଷରେ ମୋବାଇଲ ସେବା ପାଇଁ ୧୮% ଚାର୍ଜ ନିଆଯାଉଛି। ଏପରିପ୍ରେକ୍ଷୀରେ ଜିଏସ୍‌ଟି ହ୍ରାସ ଦ୍ୱାରା ଦେଶର ପ୍ରାୟ ୧୨୦ କୋଟି ଗ୍ରାହକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri