Categories: ବାଣିଜ୍ୟ

ଟେଲିକମ୍‌ କମ୍ପାନୀ ପଇଠ କରିବେ ୯୨ ହଜାର କୋଟି

ନୂଆଦିଲ୍ଲୀ,୨୫-୧୦: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ସରକାରଙ୍କୁ ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ ବାବଦକୁ ୯୨ ହଜାର କୋଟି ଟଙ୍କା ପୈଠ କରିବେ। ସୁପ୍ରିମକୋର୍ଟରେ ଏ ନେଇ ସରକାର ଏକ ମାମଲା କରିଥିଲେ। ଏହି ମାମଲାର ଶୁଣାଣି ଗୁରୁବାର ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି। ଟେଲିକମ୍‌ ସେବା ପ୍ରଦାନକାରୀଙ୍କଠାରୁ ୯୨ ହଜାର କୋଟି ଟଙ୍କା ଅସୁଲ କରିବାକୁ ସରକାରଙ୍କୁ ସର୍ବୋଚ୍ଚ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଭୋଡାଫୋନ-ଆଇଡିଆ କମ୍ପାନୀର ଶେୟାର କାରବାର ବିଶେଷ ପ୍ରଭାବିତ ହୋଇଛି। ପୁଞ୍ଜି ବଜାରରେ ଏହି କମ୍ପାନୀର ଶେୟାର କାରବାର ୨୭% ଖସିଥିବା ଜଣା ପଡିଛି। ଭୋଡାଫୋନ-ଆଇଡିଆର ଶେୟାର ମୂଲ୍ୟ ୨୩.୩୬% କ୍ଷତି ହେବାରୁ ଏହା ୪.୩୩ ଟଙ୍କାରେ ବନ୍ଦ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଟେଲିକମ ଶିଳ୍ପ ଲାଗି ଏକ ବଡ ଝଟକା ବୋଲି ଟେଲିକମ୍‌ ସଂଘ ସେଲ୍ୟୁଲାର ଅପରେଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ(ସିଓଏଆଇ) ପକ୍ଷରୁ କୁହାଯାଇଛି।

Share