ଟୁ-ଇନ୍‌-ଓ୍ବାନ୍‌ ଅଭି

ଥରେ ଅପେରା ସିଜନ ଅଧାରେ ଏକ ପାର୍ଟିର ଆଙ୍କର କୌଣସି କାରଣବଶତଃ ପାର୍ଟି ଛାଡ଼ି ଚାଲିଗଲେ। ଠିକ୍‌ ସେତିକିବେଳେ ଜଲିଉଡ୍‌ର ବର୍ଷୀୟାନ ଅଭିନେତା କୈଳାସ ବେହେରା ଜଣେ ଅଭିନେତାଙ୍କୁ ଏହି ଦାୟିତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ସେହି ସୁଯୋଗ ପାଇବା ପରେ ଅଭିନୟ ସହ ଆଙ୍କରିଂକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ ସେହି କଳାକାର। ସେହି ଦିନଠାରୁ ଏ ପର୍ଯ୍ୟନ୍ତ ପାଖାପାଖି ଆଠବର୍ଷ ଭିତରେ ନିଜକୁ ଜଣେ ଆଗଧାଡ଼ିର ଆଙ୍କରର ଭାବରେ ସେ ପରିଚିତ କରାଇ ପାରିଛନ୍ତି। ସେ ହେଲେ ଅଭିମନ୍ୟୁ ପରିଡ଼ା। ଯାତ୍ରା ଜଗତରେ ସେ ଅଭି ନାମରେ ପରିଚିତ। ନିଜ ସମ୍ପର୍କରେ ସେ କହନ୍ତି, ‘ଇଷ୍ଟର୍ନ ପିଙ୍କ୍‌ରୁ ମୋର ଅଭିନୟ କ୍ୟାରିୟର ଆରମ୍ଭ। ପ୍ରଥମ ନାଟକ ‘ନିଇତି ରାତିରେ ନୂଆ ବର’ ପରେ ମୋ କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା ରଙ୍ଗମହଲର ଚର୍ଚ୍ଚିତ ନାଟକ ‘ଖରାପ ଝିଅର ଗପ’। ସେଥିରେ ସାନଭାଇ ରାମପଦ ଭୂମିକାରେ ମୁଁ ଅଭିନୟ କରିଥିଲି, ଆଉ ଏହି ଭୂମିକା ମୋତେ ଦେଇଥିଲା ସ୍ବତନ୍ତ୍ର ପରିଚୟ। ରଙ୍ଗମହଲର ପ୍ରୋପ୍ରାଇଟର ସତ୍ୟ ଜେନାଙ୍କ କେଇପଦ କଥା ଅପେରା ଜଗତରେ ମୋତେ ଆଗେଇବାକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା। ଏବେ ସମାଜରେ ସଚେତନତା ପାଇଁ ଆଙ୍କରିଂ ମାଧ୍ୟମରେ ବଳିଷ୍ଠ ବାର୍ତ୍ତା ଦିଆଯାଉଛି।’ ନବଗଠିତ ଅପେରା ସୂର୍ଯ୍ୟମନ୍ଦିର ପରିବେଷିତ ନାଟକ ‘କାହାଣୀ କହିବ ସୂର୍ଯ୍ୟମନ୍ଦିର’ରେ ପୋଲିସ ଅଫିସର ଭୂମିକାରେ ମଧ୍ୟ ଅଭିନୟ କରୁଛନ୍ତି ଟୁ-ଇନ୍‌-ଓ୍ବାନ୍‌ ଅଭି।

Share