Categories: ଜାତୀୟ

ଟୁଇଟରର ପାସଓ୍ବାର୍ଡ କହିଲେ ମୋଦି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ଦିଆଯାଇଛି। ନାରୀ ଶକ୍ତି ପୁରସ୍କାରରେ ସମ୍ମାନୀତ ଏହି ମହିଳାମାନେ ଦିନ ତମାମ ନିଜ ନିଜର ଜୀବନ କାହାଣୀ ଏହି ଆକାଉଣ୍ଟ ମାଧ୍ୟମରେ ଶେୟାର କରିବାର ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଧ୍ରୁବ ସିଂ ନାମକ ଜଣେ ୟୁଜର ମୋଦିଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟର ପାସଓ୍ବାର୍ଡ ମାଗିବାରୁ ମୋଦି ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ମୋ ଟୁଇଟର ଆକାଉଣ୍ଟର ପାସଓ୍ବାର୍ଡ ‘ନ୍ୟୁ ଇଣ୍ଡିଆ’। ଏଥିରେ ଲଗ୍‌ ଇନ୍‌ କରି ଦେଖ।

Share