ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ ଏବଂ ଜିତେଶ ଶର୍ମାଙ୍କୁ ବାଦ୍ ଦିଆଯାଇଛି। ପୂର୍ବତନ କ୍ରିକେଟର ୱାସିମ ଜାଫର ଦଳ ବିଷୟରେ ଏକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଯଶସ୍ବୀ ଜୟସ୍ବାଲ ଏବଂ ଜିତେଶ ଶର୍ମା ଦଳରେ ରହିବା ଉଚିତ୍ ଥିଲା। ତାଙ୍କ ଅନୁସାରେ, ଏହି ଦୁଇ ଖେଳାଳି ଇଶାନ କିଷାନ ଏବଂ ୱାଶିଂଟନ ସୁନ୍ଦରଙ୍କ ସ୍ଥାନ ନେଇପାରିଥାନ୍ତେ।
୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କାରେ ଫେବୃଆରୀ ୭ ରୁ ମାର୍ଚ୍ଚ ୮ ମଧ୍ୟରେ ଅନୁଷ୍ଠିତ ହେବ। ଡିସେମ୍ବର ୨୦ ଶନିବାର ଦିନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, ବିସିସିଆଇ ସଚିବ ଦେବଜିତ ସାଇକିଆ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଏକ ଲାଇଭ ପ୍ରେସ କନଫରେନ୍ସ ମାଧ୍ୟମରେ ଦଳ ଘୋଷଣା କରାଯାଇଥିଲା। ଦଳ ଘୋଷଣାର ପରଦିନ ରବିବାର ପୂର୍ବତନ କ୍ରିକେଟର ୱାସିମ ଜାଫର ଟୁଇଟ୍ କରି କହିଛନ୍ତି, “କାହିଁକି ଜୟସ୍ବାଲ ଏବଂ ଜିତେଶ ନୁହଁନ୍ତି? ଏହା ପରେ ସେ ଆଉ ଏକ ପୋଷ୍ଟ କରିଥିଲେ।
ୱାସିମ ଜାଫର ନିଜର ଟୁଇଟକୁ ପୁନଃ ପୋଷ୍ଟ କରି ଲେଖିଛନ୍ତି, ଜିତେଶ ଏପରି କିଛି ଭୁଲ କରିନାହାଁନ୍ତି ଯାହାକୁ ନେଇ ତାଙ୍କୁ ବାଦ୍ ଦିଆଯିବ, ଏବଂ ଯଶସ୍ବୀଙ୍କୁ କାହିଁକି ଦଳରେ ରହିବା ଉଚିତ୍ ମନେ କଲେନି ବୋଲି ପ୍ରଶ୍ନ କରିଛନ୍ତି।
ଟି ୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟ୍ କିପର), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂ, ଜସପ୍ରୀତ ବୁମ୍ରା, ହର୍ଷିତ ରାଣା, ଅର୍ଶଦୀପ ସିଧା, କୁଲଦୀପ ଯାଦବ, (ଉଇକେଟ୍ କିପର)


