Odisha Elections 2024
Posted inଖେଳ

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ ଅଧିନାୟକତ୍ୱ ଅଧୀନରେ ପଡ଼ିଆକୁ ଓହ୍ଲାଇବ। ଏହିପରି ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଆଜିକାଲି ଭାରତରେ ଖେଳାଯାଉଥିବା ଆଇପିଏଲ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।
ଟ୍ରାଭିସ ହେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ଦଳର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ମଧ୍ୟ ଦଳର ଏକ ଅଂଶ କରାଯାଇଛି। ପ୍ୟାଟ କମିନ୍ସ ବର୍ତ୍ତମାନ ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟିକତ୍ୱ କରୁଛନ୍ତି।
୨୦୨୧ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏଥର ମଧ୍ୟ ଅଷ୍ଟ୍ରେଲିଆ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଦଳର ଅଧିକାଂଶ ଅଭିଜ୍ଞ ଖେଳାଳିଙ୍କ ଉପରେ ବୋର୍ଡ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆଇପିଏଲ ୨୦୨୪ରେ ବିସ୍ଫୋରକ ଇନିଂସ ଖେଳୁଥିବା ଅଷ୍ଟ୍ରେଲିଆ ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କୁ ଦଳରେ ସାମିଲ କରିଛନ୍ତି।
ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ
ମିଚେଲ ମାର୍ଶ (ଅଧିନାୟକ), ପ୍ୟାଟ କମିନ୍ସ, ଆଷ୍ଟନ ଅଗର, ଟିମ ଡେଭିଡ, ନାଥାନ ଏଲିସ, କ୍ୟାମେରନ ଗ୍ରୀନ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଜୋସ ଇଂଲିସ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ଏବଂ ଆଡାମ ଜାମ୍ପା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌କୁ ଫାଇନାଲ ଟିକେଟ, ହାଇଦ୍ରାବାଦ ପାଖରେ ଆଉ ଏକ ସୁଯୋଗ

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନର ପ୍ରଥମ ଫାଇନାଲ ଟିକେଟ ପାଇଛି ଶ୍ରେୟସ ଆୟର ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)। ଏହା ଦଳ ପାଇଁ ଆଇପିଏଲ୍‌ ଇତିହାସରେ...

ଆଇପିଏଲ୍‌ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍‌!

ନୂଆଦିଲ୍ଲୀ,୨୧।୫: ଆଇପିଏଲ୍‌ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍‌ ପ୍ଲେ ଅଫ୍‌...

କ୍ୱାଲିଫାୟରରେ ଆଣ୍ଠେଇଲା ହାଇଦ୍ରାବାଦ; ବ୍ୟାଟିଂ ଫାୟାର ପାଓ୍ବାର୍‌ ଫେଲ୍‌, କୋଲକାତାକୁ ମାତ୍ର ଏତିକି ରନ୍‌ର ସହଜ ଟାର୍ଗେଟ…

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ ୨୦୨୪ ସିଜନରେ ପ୍ଲେଅଫ୍‌ର ରୋମାଞ୍ଚ ଆରମ୍ଭ ହୋଇଛି। ପ୍ରଥମ କ୍ୱାଲିଫାୟରରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛି। ନରେନ୍ଦ୍ର...

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri