Posted inଖେଳ

ଟି୨୦: ଭାରତ ସିରିଜ ବିଜୟୀ

ଲଡରହିଲ, ୫ା୮- ରବିବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୨ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୬୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ୧୫.୩ ଓଭରରେ ୪ ଉଇକେଟ ହରାଇ ୯୮ ରନ କରିଥିବାବେଳେ ବର୍ଷା ହୋଇଥିଲା। ଖେଳ ଆଉ ସମ୍ଭବ ନ ହେବାରୁ ଡକଓ୍ବର୍ଥ ଲିଓ୍ବିସ ନିୟମ ଅନୁସାରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା।
ଓ୍ବେଷ୍ଟଇଣ୍ଡିଜ ୮ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଭିନ ଲିଓ୍ବିସ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିବାବେଳେ ସୁନୀଲ ନାରିନ ମାତ୍ର ୪ ରନ କରି ଓ୍ବାଶିଂଟନ ସୁନ୍ଦରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ନିକୋଲାସ ପୁରନ ଓ ରୋଭମାନ ପଓ୍ବେଲ ୩ୟ ଉଇକେଟ ଯୋଡ଼ିରେ ୭୬ ରନ ଯୋଗ କରି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସୃଷ୍ଟି କରିଥିଲେ। ମାତ୍ର ୧୪ତମ ଓଭରର ଦ୍ୱିତୀୟ ବଲ୍‌ରେ ପୁରନଙ୍କୁ ଆଉଟ କରି କୃନାଲ ପାଣ୍ଡ୍ୟା ଯୋଡ଼ି ଭାଙ୍ଗି ଦେଇଥିଲେ। ପୁରନ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ଆକ୍ରମଣାତ୍ମକ ଖେଳିଥିବା ପୁରନ ୩୪ ବଲ୍‌ରୁ ୫୪ (୬ ଚୌକା, ୩ ଛକା)ରନ କରିଥିବାବେଳେ କୃନାଲଙ୍କ ଦ୍ୱାରା ଏଲବିଡବଲ୍ୟୁ ହୋଇଥିଲେ। ପୁରନ ଡିଆରଏସର ସହାୟତା ନେଇଥିଲେ ହେଁ ତାହା ବେକାର ଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ୧୫.୩ ଓଭରରେ ୪ ଉଇକେଟ ହରାଇ ୯୮ ରନ କରିଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ କୃନାଲ ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ପିଚ୍‌ରୁ ଫାଇଦା ଉଠାଇ ଆରମ୍ଭରୁ ଆକ୍ରମଣତ୍ମକ ଖେଳିଥିଲେ ଓପନର ରୋହିତ ଶର୍ମା। ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ସମ୍ପୂର୍ଣ୍ଣ ଷ୍ଟାଇଲରେ ହାସଲ କରିଥିଲେ କ୍ୟାରିୟରର ୧୭ତମ ଟି୨୦ ଅର୍ଦ୍ଧଶତକ। ଏହି ଅବସରରେ ସେ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ରେକର୍ଡର ଅଧିକାରୀ ମଧ୍ୟ ହୋଇଥିଲେ। ଏ କ୍ଷେତ୍ରରେ ସେ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ଗେଲ୍‌ ୧୦୫ ଛକା ମାରିଥିବାବେଳେ ରୋହିତ ଏଠାରେ ନିଜର ଛକା ସଂଖ୍ୟାକୁ ୧୦୭ରେ ପହଞ୍ଚାଇ ଦେଇଥିଲେ। ଓପନିଂ ଯୋଡ଼ିରେ ୪୭ ବଲ୍‌ରୁ ୬୭ ରନ ଯୋଗ ହେବାପରେ ଅନ୍ୟତମ ଓପନର ଶିଖର ଧାଓ୍ବନ ବ୍ୟକ୍ତିଗତ ୨୩(୧୬ ବଲ, ୩ ଚୌକା) ରନ କରି ଆଉଟ ହୋଇଥିଲେ। ୪୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ୫୧ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ରୋହିତଙ୍କ ପ୍ରାଇଜ୍‌ ଉଇକେଟ ହାସଲ କରିଥିଲେ ଦ୍ରୁତ ବୋଲର ଓଶାନେ ଥୋମାସ।
ପ୍ରଥମ ମ୍ୟାଚ ପରି ଏଠାରେ ମଧ୍ୟ ଫେଲ୍‌ ମାରିଥିଲେ ଯୁବ ଉଇକେଟ କିପର ରିଷଭ ପନ୍ତ। ସେ ମାତ୍ର ୪ ରନ କରିଥିବାବେଳେ ଥୋମାସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଭଲ ଆରମ୍ଭ କରିଥିଲେ ହେଁ ଅଧିନାୟକ ବିରାଟ କୋହଲି ତାହାକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ସେ ୨୩ ବଲ୍‌ରୁ ୧ ଚୌକା ଓ ୧ ଛକା ସହ ୨୮ ରନ କରି ଆଉଟ ହେବାରୁ ୧୬.୨ ଓଭର ବେଳକୁ ଭାରତ ସ୍କୋର ୧୩୨/୪ ହୋଇ ଯାଇଥିଲା। ମିଡଲ ଅର୍ଡରରେ ମନୀଷ ପାଣ୍ଡେ ବଡ଼ ଶଟ୍‌ ଖେଳିବାରେ ବିଫଳ ହୋଇ ମାତ୍ର ୬ ରନରେ ଆଉଟ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଟାଇଟ୍‌ ବୋଲିଂ କରିବାରୁ ୧୯ତମ ବେଳକୁ ଭାରତ ସ୍କୋର ୧୪୭/୫ ହୋଇଥିଲା। ମାତ୍ର କିମୋ ପଲ୍‌ଙ୍କ ଶେଷ ଓଭରରୁ କୃନାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ୨୦ ରନ ସଂଗ୍ରହ କରିବାରୁ ୨୦ ଓଭରରେ ଦଳ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ଓଭରରେ କୃନାଲ ୨ଟି ଓ ଜାଡେଜା ଗୋଟିଏ ଛକା ମାରି ଭାରତୀୟ ସମର୍ଥକଙ୍କୁ ଉଲ୍ଲସିତ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟରେ ଓଶାନେ ଥୋମାସ ଓ ଶେଲଡନ କୋଟ୍ରେଲ ୨ଟି ଲେଖାଏ ଏବଂ କେମୋ ପଲ୍‌ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri