Posted inଖେଳ

ଟି୨୦ ବିଶ୍ୱକପ୍‌: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଓ ପରେ ଖେଳାଳିମାନଙ୍କୁ ୨ ସପ୍ତାହ ଆଇସୋଲେଶନରେ ରଖିବାକୁ ସେ ମତ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ୟ କ୍ରୀଡ଼ା ଭଳି କ୍ରିକେଟ ମଧ୍ୟ ଠପ୍‌ ହୋଇଯାଇଛି। ଏହି ମହାମାରୀ କାରଣରୁ ଆଗାମୀ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ଏହି ଭାଇରସ୍‌ରେ ଅଷ୍ଟ୍ରେଲିଆ ସେତେଟା ଅଧିକ ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ସେଠାକୁ ଯାତ୍ରା କରିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ବାଂଲାଦେଶ ଅଧିନାୟକ ତାମିମ ଇକ୍‌ବାଲଙ୍କ ସହ କଥା ହେବା ବେଳେ ଡୁପ୍ଲେସି ଏହା କହିଛନ୍ତି। ବାଂଲାଦେଶ , ଦକ୍ଷିଣ ଆଫ୍ରିକା ଓ ଭାରତ ଭଳି ଦେଶରୁ କ୍ରିକେଟର କିଭଳି ଯାତ୍ରା କରିବେ ତାହା ଏକ ବଡ଼ ସମସ୍ୟା। ଏଥିରେ ନିଶ୍ଚିତ ଭାବେ ବିପଦ ରହିଛି। ତେବେ ଖେଳାଳିଙ୍କ ଟୁର୍ନାମେଣ୍ଟ ପୂର୍ବରୁ ଓ ପରେ ଆସୋଲେଶନରେ ରଖାଯିବାର ଆବଶ୍ୟକତା ଉପରେ ଡୁପ୍ଲେସି ଗୁରୁତ୍ୱ ଦେଇଛନ୍ତି। ଆଗଭଳି ଆମେ ଯାତ୍ରା କରିପାରିବୁ ନାହିଁ ବୋଲି ଡୁପ୍ଲେସି କହିଛନ୍ତି। ଉଲ୍ଲେଖଥାଉ କି, ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାର ଭାରତ ବିପକ୍ଷ ସିରିଜ ମଧ୍ୟ ବାତିଲ ହୋଇଛି। ଅବଶ୍ୟ ପ୍ରଥମ ମ୍ୟାଚ୍‌ ବର୍ଷାଯୋଗୁ ଧୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri