Categories: ଖେଳ

ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ

ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍‌ ହେବାର ରେକର୍ଡ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଓ ଶ୍ରୀଲଙ୍କା ପୂର୍ବତନ ବ୍ୟାଟ୍ସମ୍ୟାନ ତିଲକରତ୍ନେ ଦିଲଶାନଙ୍କ ନାମରେ ରହିଛି। ଉଭୟ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସମାନ ୧୦ ଥର ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି। ତେବେ ଦିଲଶାନ ୨୦୧୬ରେ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏଣୁ ଏହି ଅଲୋଡ଼ା ରେକର୍ଡ ଅଧିକାରୀ ହୋଇପାରନ୍ତି ଉମର ଆକମଲ। ତାଙ୍କ ଭାଇ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଆକମଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେ ୬ ଥର ଶୂନ୍ୟରେ ଆଉଟ୍‌ ହୋଇଛନ୍ତି। ଏଥିରେ ଏକମାତ୍ର ଭାରତୀୟ ଭାବେ ରୋହିତ ଶର୍ମା (୬) ରହିଛନ୍ତି।

Share