Posted inଖେଳ

ଟି୧୦ ପ୍ରିମିୟର ଲିଗ୍‌ ଆୟୋଜନ ଯୋଜନା

ଭୁବନେଶ୍ୱର, ୬।୬(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣଜନିତ ପ୍ରଭାବରେ ରାଜ୍ୟରେ ସମସ୍ତ ଆଉଟଡୋର କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ଥିବାବେଳେ ସ୍ଥାନୀୟ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବ ପକ୍ଷରୁ ଟି୧୦ ପ୍ରିମିୟର ଲିଗ୍‌ ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଇଛି। ସରକାରଙ୍କ ଗାଇଡଲାଇନ୍‌କୁ ପାଳନ ସହ ରାଜ୍ୟସ୍ତରୀୟ ଓଡ଼ିଶା ଟି୧୦ ପ୍ରିମିୟର ଲିଗ୍‌(ଓଟିପି) ଆୟୋଜନ ପାଇଁ ଏହି କ୍ଲବ ଅଣ୍ଟା ଭିଡିଛି। ଖେଳପଡ଼ିଆକୁ କେବଳ ଖେଳାଳି ଓ ଅଫିସିଆଲଙ୍କୁ ପ୍ରବେଶ ଅନୁମତି ମିଳିବ। ବିନା ଦର୍ଶକରେ ଏହି ପ୍ରତିଯୋଗିତା ଖେଳାଯିବ। ଖେଳାଳି ଓ ଅଫିସିଆଲଙ୍କ ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ହେବ। ଖେଳ ପରିସର ଭିତରେ ଓ ବାହାରେ ସାନିଟାଇଜର ଷ୍ଟେଶନ ରହିବ। ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହ ସମସ୍ତଙ୍କର ତାପମାତ୍ରା ମପାଯିବ। ଏଥିରେ ଭାଗ ନେବାକୁ ଯାଉଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ। ଫଳାଫଳ ନେଗେଟିଭ୍‌ ଥିବା ପ୍ରତିଯୋଗୀ/ଅଫିସିଆଲଙ୍କୁ ସୁଯୋଗ ମିଳିବ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବର ସଭାପତି ବିଷ୍ଣୁପ୍ରସାଦ ଶତପଥୀ ଜଣାଇଛନ୍ତି।
ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କେବଳ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ ହେବ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀକୁ ମାନି ୬ ଦଳ ପାଇଁ ୧୨୦ ଖେଳାଳି ଚୟନ ହେବେ। ପୂର୍ବ ପ୍ରସ୍ତୁତି ସରିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିଲେ ଟୁର୍ନାମେଣ୍ଟ ଆରମ୍ଭ ହେବ। ଖେଳାଳି ଗୁଗଲ ଫର୍ମ https://forms.gls/pxe5bsys7zyjspzk9sରେ କ୍ୟାପିଟାଲ ସ୍ପୋଟର୍‌ସ କ୍ଲବର ଫେସ୍‌ବୁକ୍‌ ପେଜ୍‌କୁ ଯାଇ ଜୁନ ୧୫ ତାରିଖସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ୬ଟି ଦଳ ମଧ୍ୟରୁ କେଉଁ ଦଳ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ଖେଳାଳି ତାହା ଉଲ୍ଲେଖ କରିବେ। ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ ଓଡ଼ିଶା ନର୍ଥ, ସାଉଥ, ସେଣ୍ଟ୍ରାଲ, କ୍ୟାପିଟାଲ ଓଡ଼ିଶା, ଓ୍ବେଷ୍ଟ ଓଡ଼ିଶା ଓ ଇଷ୍ଟ ଓଡ଼ିଶା। ମ୍ୟାଚଗୁଡ଼ିକ ଭୁବନେଶ୍ୱରର ଆଖପାଖ ଗ୍ରାଉଣ୍ଡରେ ଆୟୋଜନ କରାଯିବ। ଅନ୍‌ଲାଇନ୍‌ରେ ସବୁ ମ୍ୟାଚର ଲାଇଭ୍‌ ଷ୍ଟ୍ରିମିଂ କରିବା ପାଇଁ ପ୍ରୟାସ ରହିଛି ବୋଲି ସେ କହିଛନ୍ତି। କରୋନା ସହ ଆମକୁ ବଞ୍ଚତ୍ବାକୁ ହେବ ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବାକୁ ହେବ। ଭାରତରେ ଖେଳ ଗତିବିଧି ଆରମ୍ଭ କରିବାରେ ଓଡ଼ିଶାକୁ ପ୍ରଥମ ରାଜ୍ୟଭାବେ ପରିଗଣିତ କରିବା ଆମର ଲକ୍ଷ୍ୟ ବୋଲି ବିଷ୍ଣୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri