Categories: ବାଣିଜ୍ୟ

ଟିଭିଏସ୍‌ର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଏବଂ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ -୧୮୦ ମଡେଲକୁ ବଜାର ପ୍ରବେଶ କରାଇଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବ୍ୟବସାୟ ମୁଖ୍ୟ (ପ୍ରିମିୟମ) ବିମଳ ସୁମ୍ବଲି କହିଛନ୍ତି, ଆମର ଗ୍ରାହକଙ୍କ ସହ ଯୋଡ଼ି ହୋଇପାରୁଥିବା ଉତ୍କୃଷ୍ଟ ଉପତ୍ାଦ ବଜାରକୁ ଆଣିବା ପାଇଁ ଟିଭିଏସର ରେସିଂ ଐତିହ୍ୟ ଅନୁସାରେ ଟିଭିଏସ୍‌ ଆପାଚି ସିରିଜ୍‌କୁ ଗଠନ କରାଯାଇଛି। ଏକ ବାସ୍ତବ ରେସିଂ ଅନୁଭୂତି ସହ ସାରା ବିଶ୍ୱରେ ଥିବା ଆପାଚି ଗୋଷ୍ଠୀ ଓ ବିଶ୍ୱାସୀଙ୍କୁ ଉଲ୍ଲସିତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ପ୍ରତିଫଳନ ହେଉଛି ୨୦୨୨ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ର ଉପସ୍ଥାପନା।
ଉଭୟ ମୋଟରସାଇକେଲ୍‌ରେ ଆକର୍ଷଣୀୟ ଗ୍ରାଫିକ୍ସ ବ୍ୟବହାର କରାଯାଇଛି। ସେଥିରେ ପ୍ରଥମ ସୁବିଧା ସୁଯୋଗ ଯଥା ସମ୍ପୂର୍ଣ୍ଣ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଓ ନୂଆ ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌ ଆଦି ସାମିଲ ରହିଛି। ଏହା ସହିତ ସ୍ମାର୍ଟ ଏକ୍ସକନେକ୍ଟ ଓ ଭଏସ୍‌ ଆସିଷ୍ଟ୍‌ ସୁବିଧା ଥିବା ଉନ୍ନତ ବ୍ଲୁଟୁଥ୍‌ ସଂଯୋଗର ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏଥିରେ ତିନିଟି ରାଇଡ୍‌ ମୋଡ୍‌-ରେନ୍‌, ଅର୍ବାନ୍‌ ଓ ସ୍ପୋର୍ଟସ୍‌ ରହିଛି। ଏକ୍ସ ରିଙ୍ଗ୍‌ ଚେନ୍‌, ୧୨୦ଏମ୍‌ଏମ୍‌ ଚଉଡ଼ା ପଛ ଟାୟାର୍‌, ଗିୟର୍‌ ପୋଜିଶନ୍‌ ଇଣ୍ଡିକେଟର୍‌ ଓ ଟିଭିଏସ୍‌ କନେକ୍ଟ ଆପ୍‌ର ସୁବିଧା ମଧ୍ୟ ରହିଛି। ସେହିପରି ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ସିରିଜ୍‌ କଳା ଓ ଧଳା ରଙ୍ଗରେ ଆସୁଥିବା ବେଳେ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର-୧୬୦ କଳା, ଧଳା, ଲାଲ, ନୀଳ ଓ ଟି-ଗ୍ରେ ଭଳି ୫ଟି ରଙ୍ଗରେ ଉପଲବ୍ଧ ହୋଇଛି। ଅପରପକ୍ଷରେ ଦିଲ୍ଲୀରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ଡିସ୍କ ବିଟିର ଦାମ୍‌ ୧,୩୦,୫୯୦ ଟଙ୍କା ଥିବାବେଳେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଡିସ୍କ ବିଟି ୧,୨୪,୫୯୦ ଟଙ୍କା ଏବଂ ଟିଭିଏସ୍‌ ଆପାଚି ଆରଟିଆର-୧୬୦ ଡିସ୍କର ଦାମ୍‌ ୧,୨୧,୨୯୦ ଟଙ୍କା ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଡ୍ରମ୍‌ର ଦାମ୍‌ ୧,୧୭,୭୯୦ ଟଙ୍କା ରହିଛି।

Share