Categories: ଜାତୀୟ

ଟିପୁ ସୁଲତାନ୍‌ ଜୟନ୍ତୀ ନେଇ କର୍ନାଟକରେ ପୁଣି ରାଜନୀତି: ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ

ବେଙ୍ଗାଲୁର୍‌,୩୦।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହେବା ପରେ ଏବେ ଟିପୁ ସୁଲତାନ୍‌ ଜୟନ୍ତୀ ପାଳନ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ପାଳନ ନ କରିବାକୁ ଭାଜପା ବିଧାୟକ କେ.ଜି.ବୋପେୟା ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଚିଠି ଲେଖିଛନ୍ତି। ଟିପୁଙ୍କ ଜୟନ୍ତ୍ରୀ ନଭେମ୍ବର ୧୦ରେ ପାଳିତ ହୋଇଥାଏ। ବହୁ ବାଦବିବାଦ ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରଙ୍କ ପକ୍ଷରୁ ଗତ ବର୍ଷ ଟିପୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ତେବେ ବିବାଦ ଯୋଗୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ କୌଣସି ଉତ୍ସବରେ ଯୋଗଦେଇ ନ ଥିଲେ।

Share