Categories: ବାଣିଜ୍ୟ

ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ ପାଲୋଞ୍ଜୀ ଗ୍ରୁପ , ଟାଟାସନ୍ସ ବୋର୍ଡରେ ବସିବାର ଅଧିକାରକୁ ସୁରକ୍ଷା ପ୍ରଦାନ ଭଳି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଇଛି ବୋଲି ମିସ୍ତ୍ରି ରବିବାର ମତ ରଖିଛନ୍ତି। ମାତ୍ର ଟାଟା ଗ୍ରୁପର ଅଧ୍ୟକ୍ଷ ଭାବେ ବମ୍ବେ ହାଉସକୁ ଆଉ ଫେରିବାକୁ ଇଛା ନ ଥିବା ସେ ମତ ରଖିଛନ୍ତି। ୨୦୧୬ ଅକ୍ଟୋବରରେ ଏକ ବିବାଦୀୟ ସ୍ଥିତିରେ ମିସ୍ତ୍ରିଙ୍କୁ ଟାଟା ଗ୍ରୁୁପ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ଟାଟାସନ୍ସରେ ମିସ୍ତ୍ରିଙ୍କ ସାପୋରଜି ପାଲୋଞ୍ଜୀ ଗ୍ରୁପର ୧୮.୫% ଅଂଶଧନ ରହିଛି। ଏନ୍‌ସିଏଲ୍‌ଏଟି ଦେଇଥିବା ରାୟକୁ ମିସ୍ତ୍ରି ସ୍ବାଗତ କରିବା ସହ ଏହି ମାମଲା ଉପରେ ନିଜର ନିରବତା ଭାଙ୍ଗିଛନ୍ତି। ଗତ ୩ ବର୍ଷ ହେବ କ୍ଷୁଦ୍ର ଅଂଶୀଦାରଙ୍କ ଅଧିକାରୀ ଉପରେ କୁଠାରଘାତ କରାଯାଇଥିବା ସେ ମତ ରଖିଛନ୍ତି। ଅପରପକ୍ଷରେ ଏନ୍‌ସିଏଲ୍‌ଏଟିଙ୍କ ରାୟ ବିରୋଧରେ ଟାଟା ଗ୍ରୁପର ଅନ୍ୟ ଏକ କମ୍ପାନୀ ଟିସିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Share