ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ ଯୋଗୁ ସବ୍‌ଜେଲ ପରିସରରେ ବର୍ଷତମାମ ଭିନ୍ନ ଭିନ୍ନ ପନିପରିବା ଚାଷ ସମ୍ଭବ ହୋଇପାରିଛି। ଏଠାରେ ବାଇଗଣ, ସୂର୍ଯ୍ୟମୁଖୀ, ଟମାଟୋ, ଭେଣ୍ଡି, କଖାରୁ, ଝୁଲଣ, କଲରା, ଜହ୍ନି, ବିଟ୍‌, ପିଆଜ, ଅମୃତଭଣ୍ଡା ଆଦି ଚାଷ କରାଯାଉଛି। ଗୋଟିଏ ଫସଲ ଉଠିବା ପରେ ଆଉ ଏକ ଫସଲ କରାଯାଉଛି। ଗୋଟିଏ ଜମିରେ ଭିନ୍ନ ଭିନ୍ନ ଫସଲ କରିବା ଦ୍ୱାରା ଜମିର ଉର୍ବରତା ବଢ଼ୁଛି। ଏହା ଦ୍ୱାରା ସରକାର ରାଜସ୍ବ ପାଉଥିବାବେଳେ କଏଦୀମାନେ ଦୈନିକ ତଟକା ପନିପରିବା ପାଇପାରୁଛନ୍ତି। ଏହା କଏଦୀମାନଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏପରି କାମରେ ନିୟାଜିତ ରହୁଥିବାରୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଘଟୁଛି।


ଅଦରକାରୀ ପାଣିରେ ଜୈବିକ ଚାଷ
ଆନ୍ଧ୍ରର ପୁରୁଲୁ ରାମାରାଓ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡରେ ଗିରଫ ହୋଇ ନୟାଗଡ଼ ସବଜେଲରେ ଅଛନ୍ତି। ସେ ୮ବର୍ଷ ଧରି ଜେଲଦଣ୍ଡ ଭୋଗିସାରିଲେଣି। ନୟାଗଡ ସବ୍‌ଜେଲରେ ପୁରୁଲୁ ପନିପରିବା ବଗିଚାର ଦାୟିତ୍ୱ ନେଇଛନ୍ତି। ପୁରୁଲୁଙ୍କ ସୂଚନା ଅନୁସାରେ ଜେଲ ପରିସରରେ କଏଦୀମାନଙ୍କ ସ୍ନାନ ଓ ପରିତ୍ୟକ୍ତ ଜଳକୁ ନଷ୍ଟ କରିବାକୁ ଦିଆଯାଉନି। ଏହାକୁ ବ୍ୟବହାର କରି ପନିପରିବା ଚାଷ କରାଯାଉଛି। ପୁଣି ଗୋବର ଖତକୁ ବ୍ୟବହାର କରି ଜୈବିକ କୃଷି ମାଧ୍ୟମରେ ଚାଷ କରାଯାଉଛି। ସକାଳ ୭ରୁ ୧୦ ଓ ଅପରାହ୍ନ ୨ଟାରୁ ୫ଟା ବଗିଚା କାମରେ ନିୟୋଜିତ ହେଉଛି। ବଗିଚା କାମ ମୋ ମାନସିକତାରେ ପରିବର୍ତ୍ତନ ଆଣୁଛି।


ଶୁଆ, କିରାଙ୍କ ଖାଦ୍ୟ
ଦଶପଲ୍ଲା ବ୍ଲକ କଇଁଆଡିହ ଗଁାର ଆରତ ନାୟକ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ପୁରୁଲୁ ରାମାରାଓଙ୍କୁ ବଗିଚା କାମରେ ସହଯୋଗ କରୁଛନ୍ତି। ଆରତଙ୍କ ସୂଚନା ଅନୁସାରେ ବଗିଚା କାମରେ ଦିନକୁ ୪୦ ଟଙ୍କା ରୋଜଗାର ହେଉଛି। ସୁବିଧା ଅସୁବିଧାରେ କିଛି ଅର୍ଥ ମୁଁ ଖର୍ଚ୍ଚ କରେ। ଅବଶିଷ୍ଟ ଅର୍ଥ ଘରକୁ ପଠାଏ। ମୋ ଭୁଲ ପାଇଁ ଅନୁତପ୍ତ। ତେବେ ପନିପରିବା ଚାଷରେ ଅମେ ତଟକା ପନିପରିବା ଖାାଇଥାଉ। ଏହା କିଛି ପକ୍ଷୀଙ୍କ ଉପକାରରରେ ବି ଲାଗିଥାଏ । ଫସଲକୁ ରୋଗପୋକ ଦାଉରୁ ରକ୍ଷା ପାଇଁ ସୂର୍ଯ୍ୟମୁଖୀ ଓ ସୋରିଷ ଚାଷ ହୁଏ। ସୂର୍ଯ୍ୟମୁଖୀ ଫୁଲ ଶୁଆ, କିରାଙ୍କ ଖାଦ୍ୟ ପାଲଟିଛି।
ମୁକ୍ତ ପରି ସମୟ ବିତାଏ
ରାୟଗଡା ଚନ୍ଦ୍ରପୁରର ପ୍ରତାପ କିମ୍ବିକା ଜଣେ ବିଚାରାଧିନ କଏଦୀ ଭାବେ ଜେଲରେ ଅଛନ୍ତି। ନିଜକୁ ବଗିଚା କାମରେ ନିୟୋଜିତ କରି ଖୁସି ଅନୁଭବ କରୁଥିବା କୁହନ୍ତି ପ୍ରତାପ। ତାଙ୍କ ସୂଚନା ଅନୁସାରେ ଫୁରସତ ଦେଲେ ମନରେ ବିଭିନ୍ନ ଚିନ୍ତା ଆସେ। ତେଣୁ ମୁଁ ନିଜକୁ ସବୁବେଳେ କାମରେ ନିୟୋଜିତ କରିଥାଏ। ଜେଲରେ ଥାଇ ବି ମୁଁ ନିଜକୁ ମୁକ୍ତ ବୋଲି ଭାବେ। ଅଧିକାଂଶ ସମୟ ଭାବେ ମୁଁ ଜେଲରେ ନାହିଁ । ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନୂଆ ଚିନ୍ତାଧାରା ଯୋଗୁ ଅବ୍ୟବହୃତ ଜମିରେ ଫସଲ ଫଳୁଛି। ପନିପରିବା ଫସଲ ସହ ଜେଲରେ ଏବେ ୧୨୦ ଲେମ୍ବୁ ଓ ୫୦ ଆମ୍ବ ଗଛ ଲଗାଯାଇଛି। ଜେଲ ପରିସରରେ ଏଭଳି ଚାଷବାସ କରାଗଲେ କଏଦୀମାନେ ପରିବର୍ତ୍ତନ ହୋଇ ପୁଣି ମୁଖ୍ୟସ୍ରୋତକୁ ଫେରିପାରିବେ।
ବଦଳିଗଲା ପରିବେଶ
ଜେଲ ସୁପରିଣ୍ଟେଣ୍ଡେଣ୍ଟ ଉମେଶ ପ୍ରସାଦ ବଳବନ୍ତ ରାୟ କୁହନ୍ତି, ମୁଁ ପ୍ରାୟ ୧ବର୍ଷ ହେଲା ନୟାଗଡ଼ ସବଜେଲରେ ଅଛି। ଆସିବା ପରେ ଟାଙ୍ଗରା ଭୂଇଁରେ ପନିପରିବା ଚାଷ କରିବାକୁ ମନ ବଳାଇଲି। ରଣପୁର ସବ୍‌ଜେଲରେ ଥିବାବେଳେ ସେଠାରେ ପନିପରିବା ଚାଷ କରାଉଥିଲି। ଏଠାରେ ଜୈବିକ ପଦ୍ଧତିରେ ଚାଷକୁ ଆପଣେଇଛି। ସୂର୍ଯ୍ୟମୁଖୀ ଓ ସୋରିଷ ଚାଷ ପୋକ ଉପଦ୍ରବ ହ୍ରାସ କରାଉଛି। ପରିବେଶ ସନ୍ତଳିତ ହୋଇ ରହୁଛି। ପୁଣି ଏକ ଫୁଲ ବଗିଚା କରାଇଛି। ଗତ ଜାନୁୟାରୀ ଓ ଫେବୃୟାରୀ ମାସରେ ୭୪ ହଜାର ୪୧ ଟଙ୍କା ପନିପରିବା ବିକ୍ରି ହୋଇଛି । ଏଠାରେ ୮ ଜଣ କଏଦୀ ବଗିଚା କାମ କରୁଛନ୍ତି। ରୋଜଗାର ଟଙ୍କା ପୋଷ୍ଟ ଅଫିସରେ ଆକାଉଣ୍ଟ କରି ରଖାଯାଉଛି। କୌଣସି କଏଦୀଙ୍କ ପରିବାର ଲୋକ ଆସିଲେ ଫର୍ମରେ ଦସ୍ତଖତ କରି ଆକାଉଣ୍ଟ ବହି ନେଇ ଟଙ୍କା ଉଠାଇ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri