ଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସର

କେନ୍ଦୁଝର,୧୬।୨: କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ଧୂଳିଆସାହି ଆଦିବାସୀ ସମ୍ପ୍ରଦାୟ ଲୋକେ ରବିବାର ନିଆରା ଢଙ୍ଗରେ ମାଘେ ପର୍ବ ପାଳନ କରିଛନ୍ତି। ଆଦିବାସୀ ଲୋକମାନେ କୁଲାରେ ଫୁଲ ଓ ଶାଳ ଗଛର ପତ୍ର ରଖି ଜାହେରଧାରା ନାମ୍ନୀ ପୂଜା କରିଥାନ୍ତି। ପରେ ଗ୍ରାମର ଘର ଘର ବୁଲି ପୂଜା କରାଯାଇଥାଏ। ଏଥିରେ ଶତାଧିକ ଜନସମାଗମ ହୋଇଥିଲା, ଘରକୁ ବନ୍ଧୁବାନ୍ଧବ କୁଣିଆଁ ଆସିଥାନ୍ତି । ନାଚଗୀତର ଆସର ଜମିଥାଏ।