ଟାଙ୍କି ଥାଇ ପାଣି ଚିନ୍ତା: କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଭୁବନ, ୨୦।୭(ଡି.ଏନ.ଏ.) – ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବେଶ୍‌ ତତ୍ପରତା ଦେଖାଉଛନ୍ତି ସରକାର। ଏଥିପାଇଁ ଆରମ୍ଭ ହୋଇଛି ‘ବସୁଧା’। ଏହି ଯୋଜନା ଆନୁକୂଲ୍ୟରେ ଡିପ୍‌ ବୋରଓ୍ବେଲ ମାଧ୍ୟମରେ ଓଭରହେଡ୍‌ ପାଣିଟାଙ୍କି କରି ଯୋଗାଣ କରାଯାଉଛି ଶୁଦ୍ଧ ଜଳ। ହେଲେ ପ୍ରଶାସନିକ ଉଦାସୀନତାରୁ ମାତ୍ର ଦିନ କେଇଟାରେ ଲକ୍ଷ୍ୟଚ୍ୟୁତ ହୋଇପଡୁଛି ଏପରି ବହୁମୁଖୀ ଯୋଜନା। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ଗ୍ରାମରେ। ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର କିଛି ଦିନ ମଧ୍ୟରେ ସ୍ଥାଣୁ ପାଲଟିଛି। ହାତପାହାନ୍ତାରେ ଟାଙ୍କି ଥାଇ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ, ଯାହା ସରକାରୀ କଳର ଅବହେଳାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ବର୍ଷ ତମାମ ଜଳକଷ୍ଟ ଭୋଗୁଥିବା ବାଲିବୋ, କେଶରପୁର, ନୂଆ ବାଲିବୋ ଅଞ୍ଚଳର ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ୨୦୧୨ରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଡିପ୍‌ ବୋରଓ୍ବେଲ ଖୋଳାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ପାଇପ୍‌ ବିଛାଯାଇ ସିଧାସଳଖ ହେଉଥିଲା ଜଳ ଯୋଗାଣ। ହେଲେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନଜରରେ ରଖି ପାନୀୟ ଜଳ ପ୍ରକଳ୍ପର କଳେବର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଗଲା। ଫଳସ୍ବରୂପ ୨୦୧୭ରେ ନିର୍ମିତ ହେଲା ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍‌ ପାଣିଟାଙ୍ଗି । ଏଥିରେ ଖର୍ଚ୍ଚ ହେଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଲୋକାର୍ପଣ ହେବାର କିଛିଦିନ ଯାଏ ପ୍ରକଳ୍ପରୁ ଜଳ ଯୋଗାଣ ସ୍ବାଭାବିକ ଭାବେ ଚାଲିଥିଲା। ଗତ ମାର୍ଚ୍ଚରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାମ କରାଯିବାବେଳେ ଠିକାଦାରଙ୍କ ଦାୟିତ୍ୱହୀନତାରୁ ବିଛାଯାଇଥିବା ପାଇପ ନଷ୍ଟ ହୋଇଯାଇଛି। ମୁଖ୍ୟ ପାଇପ୍‌କୁ ବାଦ୍‌ ଦେଲେ ଗ୍ରାମାଞ୍ଚଳକୁ ସଂଯୋଗ ହୋଇଥିବା ପାଇପ୍‌ଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେବେଠାରୁ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାକୁ ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନାହାନ୍ତି। ଫଳରେ ବାଲିବୋ, କେଶରପୁର, ନୂଆ ବାଲିବୋ ଅଞ୍ଚଳର ହଜାର ହଜାର ଲୋକମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ଅନ୍ୟ ଉପାୟ ନ ଥିବାରୁ ସେମାନେ ବାଧ୍ୟହୋଇ ଖୋଲାକୂଅର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ପ୍ରକଳ୍ପ ଥିବା ସତ୍ତ୍ୱେ ପାଣି ନ ମିଳିବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ କୁହନ୍ତି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପାଇପ୍‌ ବିଛାଇବା କାମରେ ବିଳମ୍ବ କରୁଛି। ଏହାର ତୁରନ୍ତ ପ୍ରତିକାର କରିବାକୁ ପଞ୍ଚାୟତ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ସେଣ୍ଟ୍ରାଲ ଫଣ୍ଡରୁ ୩ଲକ୍ଷ ଟଙ୍କା ଅର୍ଥ ବ୍ୟୟ କରି କ୍ଷତିଗ୍ରସ୍ତ ପାଇପ୍‌ ଲାଇନ୍‌ ମରାମତି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ପରେ ଗ୍ରାମାଞ୍ଚଳକୁ ଜଳଯୋଗାଣ ସ୍ବାଭାବିକ ହୋଇପାରିବ। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସରଫରାଜ୍‌ ଖଁା କୁହନ୍ତି, ବିନା ସୂଚନାରେ ଠିକାଦାର ମନଇଚ୍ଛା ରାସ୍ତା ଖୋଳିଦେବା ଯୋଗୁ ପାଇପ୍‌ ଫାଟିଯାଇଛି। ନୂତନ ପାଇପ୍‌ ବିଛାଇବା ପାଇଁ ୧୦ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଖୁବଶୀଘ୍ର ଏହି କାମ ଆରମ୍ଭ ହେବ ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri