ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର ଭିତ୍ତିଭୂମି ବିକାଶ, ଶିଳ୍ପ, କୃଷି ଏବଂ ଅନ୍ୟ କ୍ଷେତ୍ର ବିକାଶରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ(ଏଆଇବିଓସି) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୀୟମଠାରେ ଶୁକ୍ରବାର ଅନୁଷ୍ଠିତ ବ୍ୟାଙ୍କ ଜାତୀୟକରଣର ୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଏହା ମତ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜୟ କୁମାର ସାହୁ ଯୋଗ ଦେଇ ଅର୍ଥନୀତିରେ ଜାତୀୟକରଣ ବ୍ୟାଙ୍କଗୁଡିକର ଭୂମିକା ଏବଂ ସରକାରଙ୍କ ପୁଞ୍ଜିକରଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କ ଶିଳ୍ପର ଇତିହାସ ଏବଂ ଜାତୀୟକରଣର ଆବଶ୍ୟକତା ଉପରେ ମତ ରଖି ଅର୍ଥନୀତିଜ୍ଞ ଡ.ଦିବାକର ନାୟକ କହିଛନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସହଭାଗିତା ବିନା ୫ ଲକ୍ଷ କୋଟି ଡଲାର ଅର୍ଥନୀତି କଥା ଚିନ୍ତା କରାଯାଇ ନ ପାରେ। କାର୍ଯ୍ୟକ୍ରମରେ ରାଜ୍ୟ ଏଆଇବିଓସି ସଭାପତି ମନୋରଞ୍ଜନ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ସବ୍ୟସାଚୀ ସ୍ବାଇଁ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏଥିରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଅଫିସର୍ସ ମହାସଂଘ ସଭାପତି ସମ୍ବିତ ମିଶ୍ର, ରାଜ୍ୟ ସଭାପତି ଅରୁଣ ବିଶୋୟୀ, ପିଏନ୍‌ବି ଅଧିକାରି ସଂଘ ଅଧ୍ୟକ୍ଷ ପ୍ରମୋଦ ମେକାପ, ଏଆଇବିଓସି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସେଣ୍ଟ୍ରାଲ ବ୍ୟାଙ୍କ ଅଧିକାରି ସଂଘ ସାଧାରଣ ସମ୍ପାଦକ ଦାମୋଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri