ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି ଡୁବି’ ଏବଂ ‘ଦିଲ୍‌ ଦୁବା’ ଭଳି ଫିଲ୍ମଗୀତ ଗାଇ ଶ୍ରୋତାଙ୍କୁ ମୁଗ୍‌ଧ କରିବା ପରେ ଦୁହେଁ ଏକ ଟାଇଟଲ୍‌ ସଙ୍ଗ୍‌ ଏକାଠି ଗାଇଛନ୍ତି। କରନ୍‌ବୀର ବୋହରାଙ୍କ ଅଭିନୀତ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ର ଟାଇଟଲ ସଙ୍ଗ୍‌ରେ ଉଭୟେ ସ୍ବର ଦେଇଛନ୍ତି। ଶ୍ରେୟା ପ୍ରଥମ ଥର ପାଇଁ ଏକ ରିକ୍ରିଏଟେଡ ସଙ୍ଗ୍‌ ଗାଇଛନ୍ତି। ଏ ସଂକ୍ରାନ୍ତରେ କରନ୍‌ବୀର କହନ୍ତି, ଶ୍ରେୟା ଆମ ଟାଇଟଲ୍‌ ଗୀତ ଗାଇଥିବାରୁ ଅଧିକ ଖୁସି ଅନୁଭବ କରୁଛି। ଶ୍ରେୟାଙ୍କ ଜୀବନରେ ଏହି ଗୀତ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ବହନ କରେ, କାରଣ ସେ ପ୍ରଥମ ଥର ପାଇଁ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ ଟାଇଟଲ୍‌ ସଙ୍ଗ୍‌କୁ ମଞ୍ଚରେ ଗାଉଛନ୍ତି। ଜୁନ୍‌ ୧୭ରେ ଏହି ଟାଇଟଲ୍‌ ଟ୍ରାକ୍‌ ରିଲିଜ ହେବାକୁ ଯାଉଛି। ଉକ୍ତ ଗୀତକୁ ୧୯୮୧ରେ ‘କୁଦରତ’ ଫିଲ୍ମରେ କିଶୋର କୁମାର ହିଁ ଗାଇଥିଲେ।
ଲଳିତ ମୋହନଙ୍କ ନିର୍ଦ୍ଦେଶିତ ଏବଂ ମହେନ୍ଦ୍ର ବୋହ୍‌ରା ଓ ବେଲ୍‌ଭି ପ୍ରଡକ୍‌ସନ୍ସ ଦ୍ୱାରା ପ୍ରସ୍ତୁତ ‘ହମେ ତୁମ୍‌ସେ ପ୍ୟାର କିତ୍‌ନା’ ଜୁନ୍‌ ୨୮ରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri