Posted inଖେଳ

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌ ସେରେନା ଚେକ୍‌ ଗଣରାଜ୍ୟର ମେରି ବୋଉଜକୋଭାଙ୍କୁ ୧-୬, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ପଛରେ ପଡିଥିଲେ ମଧ୍ୟ ପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସେ ବାକି ଦୁଇଟି ସେଟ୍‌ ହାତେଇବା ସହ ବାଜି ମାରିଥିଲେ। ବିଜୟୀ ହେବା ପାଇଁ ସେରେନାଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ପୂର୍ବରୁ ସେରେନା ଏହି ଟୁର୍ନାମେଣ୍ଟରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସେରେନା ଫାଇନାଲରେ କାନାଡ଼ାର ବାଇଆନକା ଆଣ୍ଡ୍ରିସ୍କୁ ରବିବାର ଫାଇନାଲରେ ଭେଟିବେ। ୨୦୧୭ ପରେ ସେରେନା ତାଙ୍କ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ସେ ୨୦୧୭ରେ ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ ଓ କ୍ୟାରିୟରର ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଅନ୍ୟପଟେ ଫାଇନାଲରେ ବିଜୟୀ ହେଲେ ୧୯ ବର୍ଷୀୟା ଆଣ୍ଡ୍ରିସ୍କୁ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ କାନାଡ଼ା ଖେଳାଳି ଭାବେ ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିବେ। ବୋଉଜକୋଭା ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ୩ଜଣ ଗ୍ରାଣ୍ଡସ୍ଲାମ ବିଜେତା ଯଥା ସ୍ଲୋଆନ ଷ୍ଟିଫେନ୍ସ, ଜେଲେନା ଓଷ୍ଟାପେଙ୍କୋ ଓ ସିମୋନ ହାଲେପଙ୍କୁ ପରାସ୍ତ କରିଥିଲେ। ଆଣ୍ଡ୍ରିସ୍କୁୁ ଦମ୍‌ଦାର ପ୍ରଦର୍ଶନ କରି ଟରଣ୍ଟୋ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରି ଫାଇନାଲରେ ପ୍ରବେଶ କରିଛନ୍ତି ଓ ପ୍ରଥମଥର ପାଇଁ ତାଙ୍କୁ ଭେଟିବାକୁ ଯାଉଥିବାରୁ ମୁଁ ସତର୍କତା ଅବଲମ୍ବନ କରିବି ବୋଲି ସେରେନା କହିଛନ୍ତି। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ଆଣ୍ଡ୍ରିସ୍କୁ ୫-୪, ୭-୬ ସେଟରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri