Posted inଖେଳ

ଟରଣ୍ଟୋ ଡବ୍ଲ୍ୟୁଟିଏ ଫାଇନାଲରେ ସେରେନା

ଟରଣ୍ଟୋ,୧୧।୮(ଏଏଫପି): ଆମେରିକାର ଅଭିଜ୍ଞ ମହିଳା ଖେଳାଳି ଏଠାରେ ଚାଲିଥିବା ଟରଣ୍ଟୋ ଡବ୍ଳ୍ୟୁଟିଏ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଅଷ୍ଟମ ସିଡ୍‌ ସେରେନା ଚେକ୍‌ ଗଣରାଜ୍ୟର ମେରି ବୋଉଜକୋଭାଙ୍କୁ ୧-୬, ୬-୩, ୬-୩ ସେଟ୍‌ରେ ପରାସ୍ତ କରି ଫାଇନାଲକୁ ଉଠିଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ପଛରେ ପଡିଥିଲେ ମଧ୍ୟ ପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ସେ ବାକି ଦୁଇଟି ସେଟ୍‌ ହାତେଇବା ସହ ବାଜି ମାରିଥିଲେ। ବିଜୟୀ ହେବା ପାଇଁ ସେରେନାଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ପୂର୍ବରୁ ସେରେନା ଏହି ଟୁର୍ନାମେଣ୍ଟରେ ୩ଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସେରେନା ଫାଇନାଲରେ କାନାଡ଼ାର ବାଇଆନକା ଆଣ୍ଡ୍ରିସ୍କୁ ରବିବାର ଫାଇନାଲରେ ଭେଟିବେ। ୨୦୧୭ ପରେ ସେରେନା ତାଙ୍କ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ପୂର୍ବରୁ ସେ ୨୦୧୭ରେ ଶେଷଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ହାସଲ କରିଥିଲେ ଓ କ୍ୟାରିୟରର ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଅନ୍ୟପଟେ ଫାଇନାଲରେ ବିଜୟୀ ହେଲେ ୧୯ ବର୍ଷୀୟା ଆଣ୍ଡ୍ରିସ୍କୁ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ କାନାଡ଼ା ଖେଳାଳି ଭାବେ ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିବେ। ବୋଉଜକୋଭା ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ୩ଜଣ ଗ୍ରାଣ୍ଡସ୍ଲାମ ବିଜେତା ଯଥା ସ୍ଲୋଆନ ଷ୍ଟିଫେନ୍ସ, ଜେଲେନା ଓଷ୍ଟାପେଙ୍କୋ ଓ ସିମୋନ ହାଲେପଙ୍କୁ ପରାସ୍ତ କରିଥିଲେ। ଆଣ୍ଡ୍ରିସ୍କୁୁ ଦମ୍‌ଦାର ପ୍ରଦର୍ଶନ କରି ଟରଣ୍ଟୋ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରି ଫାଇନାଲରେ ପ୍ରବେଶ କରିଛନ୍ତି ଓ ପ୍ରଥମଥର ପାଇଁ ତାଙ୍କୁ ଭେଟିବାକୁ ଯାଉଥିବାରୁ ମୁଁ ସତର୍କତା ଅବଲମ୍ବନ କରିବି ବୋଲି ସେରେନା କହିଛନ୍ତି। ପୂର୍ବରୁ ଅନ୍ୟ ଏକ ସେମିଫାଇନାଲରେ ଆଣ୍ଡ୍ରିସ୍କୁ ୫-୪, ୭-୬ ସେଟରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri