ଟଙ୍କା, ସେନ୍‌ସେକ୍ସ ହ୍ରାସ, ସୁନା ଦର ବୃଦ୍ଧି

ମୁମ୍ବାଇ,୨୩-୮: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କଲା ପରେ ମୁଦ୍ରା ଓ ଷ୍ଟକ୍‌ ବଜାରରେ ହଇଚଇ ସୃଷ୍ଟି ହୋଇଥିଲା। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍‌ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ ସୁନା ଦରରେ ନିଆଁ ଲାଗିଛି। ଗୁରୁବାର ଏହି ଦର ବୃଦ୍ଧି ପାଇ ୩୯ ହଜାର ଟଙ୍କା ନିକଟତର ହୋଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଥିଲା। ଗୁରୁବାର ଟଙ୍କାର ମୂଲ୍ୟ ୨୬ ପଇସା ହ୍ରାସ ପାଇ ୮ ମାସର ସର୍ବନିମ୍ନ ସ୍ତର ୭୧.୮୧ରେ ପହଞ୍ଚତ୍ଛି। ୨୦୧୮ ଡିସେମ୍ବର ୧୪ ପରେ ଏହା ସର୍ବନିମ୍ନ ସ୍ତର ରହିଛି। ସେହିପରି ସମାନ କାରଣରୁ ସେନ୍‌ସେକ୍ସ ୫୮୭.୪୪ ପଏଣ୍ଟ ହ୍ରାସ ପାଇ ୩୬,୪୭୨.୯୩ ରହିଥିବା ବେଳେ ନିଫ୍ଟି ୧୭୭.୩୫ ପଏଣ୍ଟ କମି ୧୦,୭୪୧.୩୫ରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ ସୁନା ଦରରେ ବୁଲ୍‌ ରନ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ୍‌ ୧୫୦ ଟଙ୍କା ବଢ଼ି ୩୮,୯୭୦ ଟଙ୍କାରେ ପହଞ୍ଚତ୍ ଆଉ ଏକ ସର୍ବକାଳୀନ ରେକର୍ଡ ହାସଲ କରିଛି। ସେହିପରି ଔଦ୍ୟୋଗିକ ସଂସ୍ଥା ଏବଂ ମୁଦ୍ରା ନିର୍ମାତାଙ୍କ ଚାହିଦା ବୃଦ୍ଧି କାରଣରୁ ରୁପା କେଜି ୬୦ ଟଙ୍କା ବଢ଼ି ୪୫,୧୦୦ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri