ଟଙ୍କା ନ ଦେଲେ ମିଳୁନି କାର୍ଯ୍ୟାଦେଶ

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ କାର୍ଯ୍ୟାଦେଶ ଦିଆଯାଉନାହିଁ। ଏ ନେଇ ସରପଞ୍ଚଙ୍କ ବିରୋଧରେ ବିଡିଓଙ୍କୁ ଫେରାଦ ହୋଇଛନ୍ତି ହିତାଧିକାରୀ। ଅଭିଯୋଗକାରୀ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ସ୍ବର ଉଠାଇଛନ୍ତି। ଅନ୍ୟପଟେ ଏପରି ଅଭିଯୋଗ ରାଜନୈତିକ ଅଭିସନ୍ଧିମୂଳକ ବୋଲି ସରପଞ୍ଚ ସ୍ପଷ୍ଟୀକରଣ ରଖିଛନ୍ତି, ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି।
ଅଭିଯୋଗ ଅନୁଯାୟୀ, ରବି ବେହେରାଙ୍କ ସ୍ତ୍ରୀ ଲବଙ୍ଗଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ମଞ୍ଜୁର ହୋଇଛି। ଏଥିଲାଗି ସରପଞ୍ଚ ୭ ହଜାର ଟଙ୍କା ନେଇଥିଲେ। ଏବେ ପୁଣି ଅଧିକ ଟଙ୍କା ଦାବି କରୁଛନ୍ତି। ଦାବି ମୁତାବକ ଟଙ୍କା ନ ଦେଲେ ବିଲ୍‌ କରାଇ ଦେବେନାହିଁ ବୋଲି କହୁଛନ୍ତି। ଏ ନେଇ ସେ ପଞ୍ଚାୟତିରାଜ ସଚିବ ଏବଂ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ସୁଶାନ୍ତ ବିଶ୍ୱାଳ ଏବଂ ଟିଟୁ ଦେହୁରୀଙ୍କ ସ୍ତ୍ରୀ ଅଞ୍ଜଳି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।
ଏ ନେଇ ସରପଞ୍ଚ ଦୁଃଶାସନ ବିଶ୍ୱାଳ ସ୍ପଷ୍ଟୀକରଣରେ କୁହନ୍ତି, ଟିଟୁଙ୍କ ସ୍ତ୍ରୀ ଏବଂ ବାପାଙ୍କ ନାମରେ ପୃଥକ୍‌ ଭାବେ ଦୁଇଟି ଆବାସ ଗୃହ ମଞ୍ଜୁର କରାଯାଇଛି। ପ୍ରଥମ କିସ୍ତି ବାବଦକୁ ଉଭୟେ ୨୦ ହଜାର ଲେଖାଏ ଟଙ୍କା ଉଠାଇଛନ୍ତି। ହେଲେ ଏଯାଏ ଘର କାମ ଆରମ୍ଭ କରିନାହାନ୍ତି। ଏହାର କାରଣ ପଚାରିବାରୁ ସେମାନେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଗତ ଅଗଷ୍ଟ ୩୦ରେ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ବିଡିଓ ବସନ୍ତ କୁମାର ମଲ୍ଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଦେଶ ବଣ୍ଟା ଯାଇଥିଲା। ସରପଞ୍ଚ ନିର୍ବାଚନରେ ହାରିଯାଇଥିବା ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରରୋଚନାରେ ପଡ଼ି ହିତାଧିକାରୀମାନେ ଏପରି ଅଭିଯୋଗ ଆଣିଛନ୍ତି। ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ବିଡିଓ ନିଜ ମତାମତରେ କହିଛନ୍ତି, ଅଭିଯୋଗର ପ୍ରମାଣ ଦାଖଲ କରାଯାଇନାହିଁ। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri