Categories: ଫୁରସତ

ଟଏଲେଟ୍‌ ପେପର୍‌ ଓ୍ବେଡିଂ ଗାଉନ୍‌

ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଟଏଲେଟ୍‌ ପେପର୍‌ରେ ଓ୍ବେଡିଂ ଗାଉନ୍‌ କରିବା ଚ୍ୟାଲେଞ୍ଜ ରହିଥିଲା। ଏଥିରେ ପ୍ରାୟ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ହେଲେ ଶେଷ ପର୍ଯ୍ୟାୟ ବେଳକୁ ମାତ୍ର ୧୦ ଜଣ ଚୟନ ହୋଇଥିଲେ। ପ୍ରତିଯୋଗିତାରେ ଦକ୍ଷିଣ କାରୋଲିନାର ମିମୋଜା ହାସ୍କା ବିଜୟିନୀ ହୋଇଥିଲେ। ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଟଏଲେଟ୍‌ ପେପର୍‌ ସହ ଟେପ୍‌, ସୂତା, ଅଠା ବ୍ୟବହାର କରିଥିଲେ। ମିମୋଜା ହାସ୍କା ମୋଟ ୪୮ଟି ରୋଲ ଟଏଲେଟ୍‌ ପେପର୍‌ ବ୍ୟବହାର କରି ଓ୍ବେଡିଂ ଗାଉନ୍‌ ତିଆରି କରିଥିଲେ, ଯେଉଁଥିପାଇଁ ତାଙ୍କୁ ୪୦୦ ଘଣ୍ଟା ସମୟ ଲାଗିଥିଲା। ଆଉ ତାହା ସବୁଠୁ ଖାସ୍‌ ଓ ସୁନ୍ଦର ହୋଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୭ ଲକ୍ଷ ଟଙ୍କା ମିଳିଥିଲା। ପ୍ରତିଯୋଗିତାରେ ଜଜ୍‌ଭାବେ ବହୁ ବିଶିଷ୍ଟ ବ୍ୟକ୍ତି ଥିଲେ। ଆଉ ଏହି ପ୍ରତିଯୋଗିତାର ପ୍ରସାରଣ ଆମେରିକାର ନ୍ୟାଶନାଲ ଟିଭିରେ ହୋଇଥିଲା।

Share