ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁବୁଲାଗୁଡ଼ା ଗ୍ରାମର ଦେବ୍ରାବେଡ଼ା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଶ୍ରମିକ ସଞ୍ଜୟ ସିଙ୍କୁ। ସଞ୍ଜୟଙ୍କ ଘର ଝାଡଖଣ୍ଡ ହୋଇଥିବା ବେଳେ ସେ ପରିବାର ସହ ଉକ୍ତ ବସ୍ତିରେ ରହୁଥିଲେ। ଖବରପାଇ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ସଞ୍ଜୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।