ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଧର୍ମଗଡ଼,୧୮।୮:(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ହରିଜନ ସାହିର ଏକ ଗଛରୁ ରବିବାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ସାହିର ଡମ୍ବରୁଧର ବାଗ୍‌। ସକାଳୁ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଯାବତ୍‌ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।