Categories: ଜାତୀୟ

ଝିଅ ବାହାଘର ଲାଗି ଥିଲା ଟଙ୍କା ଚିନ୍ତା, ଭଗବାନ ମୋର ଶୁଣିଲେ ପ୍ରାର୍ଥନା: ପଓ୍ବନ

ମିରଟ,୯ା୧: ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର, ହତ୍ୟା ମାମଲାରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ। ୨୨ରେ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପଓ୍ବନ(୫୭) ପ୍ରସ୍ତୁତ ଥିବା କହିଛନ୍ତି। ୟୁପି ଜେଲ ପ୍ରଶାସନ ପକ୍ଷରୁ ଏଥିଲାଗି ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୪ ଦୋଷୀଙ୍କୁ ଫାଶୀଦେବା ଲାଗି ଜହ୍ଲାଦ ପଓ୍ବନଙ୍କୁ ୧ ଲକ୍ଷ ଟଙ୍କା ସରକାର ଦେବେ। ଜଣଙ୍କୁ ଫାଶୀରେ ଝୁଲାଇବା ଲାଗି ୨୫ ହଜାର ମିଳିଥାଏ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ମାତ୍ର ୫ ହଜାର ଟଙ୍କା ମିଳିଥାଏ। ଅନ୍ୟ କୌଣସି ଆୟ ଉତ୍ସ ନ ଥିବାରୁ ସମସ୍ୟାରେ ରହିଥିବା ସେ ପ୍ରକାଶ କରିଛନ୍ତି। ନିଜ ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଟଙ୍କା ନ ଥିବାରୁ ମରାମତି ହୋଇପାରୁନି। ଅନେକ ଋଣରେ ମଧ୍ୟ ସେ ବୁଡ଼ିରହିଥିବା ପଓ୍ବନ କହିଛନ୍ତିି। ଫାଶୀଦେବା ଲାଗି ଅନୁମତି ପାଇବା ପରେ ଝିଅ ବାହାଘର କରିବା ଲାଗି ଅନାଇ ବସିଥିବା ପଓ୍ବନ ଏଥିଲାଗି ପୂରା ଉତ୍ସାହିତ ହୋଇପଡ଼ିଛନ୍ତି। ଏଥିଲାଗି ମାସେ ହେବ ଅପେକ୍ଷା କରିଥିବା ସେ କହିଛନ୍ତି। ବାପା ଜେଜେବାପା ଅମଳରୁ ଆମେ ଏହି କାର୍ଯ୍ୟ କରିଆସୁଥିଲେ ବି ପ୍ରଶାସନ ଅ୍ରାମ କଥା ବୁଝୁ ନ ଥିବା ପଓ୍ବନ ପ୍ରକାଶ କରିଛନ୍ତି। ଭଗବାନ ଶାହା ହୋଇଥିବାରୁ ଏଇ ଟଙ୍କାରେ ସେ ଝିଅକୁ ବାହାଦେବେ ବୋଲି ପ୍ରକାଶ କରିଛନ୍ତି। ଜାନୁୟାରୀ ୨୨କୁ ମୁଁ ଅପେକ୍ଷା କରିଛି ଓ ପ୍ରଶାସନ ପକ୍ଷରୁ ବାହାରକୁ ଯିବା ଲାଗି ବାରଣ କରାଯାଇଥିବା ସେ କହିଛନ୍ତି। ଫାଶୀ ଲାଗି ମୋତେ ତିହାର ଜେଲ ଯାଇ ରିହର୍ସସାଲ କରିବାକୁ ପଡ଼ିବ। ଦିନେ ଦୁଇଦିନ ମଧ୍ୟରେ ପ୍ରଶାସନର ଡକରା ଆସିପାରେ। ଫାଶୀ ଦେବା ଲୋକ ମଦ ପିଅନ୍ତି ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ। ସେ କେବେ ବି ମଦ ଛୁଇଁ ନ ଥିବା ପଓ୍ବନ ପ୍ରକାଶ କରିଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଲାବେଳେ ଆମେ ସଚେତନ ଓ ଦାୟିତ୍ୱବାନ୍‌ ରହିଥାଉ ବୋଲି ସେ ମତ ଦେଇଛନ୍ତି।

Share