Posted inଜାତୀୟ

ଝିଅ ବାହାଘର ଲାଗି ଥିଲା ଟଙ୍କା ଚିନ୍ତା, ଭଗବାନ ମୋର ଶୁଣିଲେ ପ୍ରାର୍ଥନା: ପଓ୍ବନ

ମିରଟ,୯ା୧: ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର, ହତ୍ୟା ମାମଲାରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ। ୨୨ରେ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜହ୍ଲାଦ ପଓ୍ବନ(୫୭) ପ୍ରସ୍ତୁତ ଥିବା କହିଛନ୍ତି। ୟୁପି ଜେଲ ପ୍ରଶାସନ ପକ୍ଷରୁ ଏଥିଲାଗି ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୪ ଦୋଷୀଙ୍କୁ ଫାଶୀଦେବା ଲାଗି ଜହ୍ଲାଦ ପଓ୍ବନଙ୍କୁ ୧ ଲକ୍ଷ ଟଙ୍କା ସରକାର ଦେବେ। ଜଣଙ୍କୁ ଫାଶୀରେ ଝୁଲାଇବା ଲାଗି ୨୫ ହଜାର ମିଳିଥାଏ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ମାତ୍ର ୫ ହଜାର ଟଙ୍କା ମିଳିଥାଏ। ଅନ୍ୟ କୌଣସି ଆୟ ଉତ୍ସ ନ ଥିବାରୁ ସମସ୍ୟାରେ ରହିଥିବା ସେ ପ୍ରକାଶ କରିଛନ୍ତି। ନିଜ ଘର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଟଙ୍କା ନ ଥିବାରୁ ମରାମତି ହୋଇପାରୁନି। ଅନେକ ଋଣରେ ମଧ୍ୟ ସେ ବୁଡ଼ିରହିଥିବା ପଓ୍ବନ କହିଛନ୍ତିି। ଫାଶୀଦେବା ଲାଗି ଅନୁମତି ପାଇବା ପରେ ଝିଅ ବାହାଘର କରିବା ଲାଗି ଅନାଇ ବସିଥିବା ପଓ୍ବନ ଏଥିଲାଗି ପୂରା ଉତ୍ସାହିତ ହୋଇପଡ଼ିଛନ୍ତି। ଏଥିଲାଗି ମାସେ ହେବ ଅପେକ୍ଷା କରିଥିବା ସେ କହିଛନ୍ତି। ବାପା ଜେଜେବାପା ଅମଳରୁ ଆମେ ଏହି କାର୍ଯ୍ୟ କରିଆସୁଥିଲେ ବି ପ୍ରଶାସନ ଅ୍ରାମ କଥା ବୁଝୁ ନ ଥିବା ପଓ୍ବନ ପ୍ରକାଶ କରିଛନ୍ତି। ଭଗବାନ ଶାହା ହୋଇଥିବାରୁ ଏଇ ଟଙ୍କାରେ ସେ ଝିଅକୁ ବାହାଦେବେ ବୋଲି ପ୍ରକାଶ କରିଛନ୍ତି। ଜାନୁୟାରୀ ୨୨କୁ ମୁଁ ଅପେକ୍ଷା କରିଛି ଓ ପ୍ରଶାସନ ପକ୍ଷରୁ ବାହାରକୁ ଯିବା ଲାଗି ବାରଣ କରାଯାଇଥିବା ସେ କହିଛନ୍ତି। ଫାଶୀ ଲାଗି ମୋତେ ତିହାର ଜେଲ ଯାଇ ରିହର୍ସସାଲ କରିବାକୁ ପଡ଼ିବ। ଦିନେ ଦୁଇଦିନ ମଧ୍ୟରେ ପ୍ରଶାସନର ଡକରା ଆସିପାରେ। ଫାଶୀ ଦେବା ଲୋକ ମଦ ପିଅନ୍ତି ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ। ସେ କେବେ ବି ମଦ ଛୁଇଁ ନ ଥିବା ପଓ୍ବନ ପ୍ରକାଶ କରିଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଲାବେଳେ ଆମେ ସଚେତନ ଓ ଦାୟିତ୍ୱବାନ୍‌ ରହିଥାଉ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri