ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

ଝାରସୁଗୁଡା ଅଫିସ,୨୬।୫: ଝାରସୁଗୁଡ଼ା ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବେଲପାହାଡ଼ ଅଞ୍ଚଳର ହୋଇଥିବା ବେଳେ ଗତ ୨୧ ତାରିଖରେ ମୁମ୍ବାଇରୁ ଫେରିଥିଲେ। ତାଙ୍କ ନିକଟରେ ଥଣ୍ଡା, କାଶ ଭଳି ଲକ୍ଷଣ ଦେଖାଯିବାରୁ ତାଙ୍କୁ ସ୍ଥାନୀୟ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ୨୨ ତାରିଖରେ ତାଙ୍କ ସ୍ବାବ ସଂଗ୍ରହ କରସ୍‌ାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ମଙ୍ଗଳବାର ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ କରାଯିବା ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନିଆଯାଇଛି। ତେବେ ଏହି ନୂଆ କରୋନା ପଜିଟିଭଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।
ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡ଼ିଛି।