Categories: ଜାତୀୟ

ଝାଡ଼ଖଣ୍ଡ ଫଳାଫଳ କହୁଛି ଆଗାମୀ ନିର୍ବାଚନରେ ଦିଲ୍ଲୀରୁ ସବୁ ଆସନ ପୋଛିନେବ ଏଏପି: ସଞ୍ଜୟ

ନୂଆଦିଲ୍ଲୀ,୨୬।୧୨: ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ନିକଟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ବାରି ହୋଇପଡୁଛି ଏଥର ଦ୍ୱିତୀୟ ଥର ଲାଗି ଦିଲ୍ଲୀରେ ଶାସନ କ୍ଷମତା ହାତକୁ ନେବ ଏଏପି। ଏହି ଦଳ ବହୁମତରେ ବିଜୟ ଲାଭ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି। ସଞ୍ଜୟ କହିଛନ୍ତି ଲୋକେ ସ୍ଥାନୀୟ ସମସ୍ୟାକୁ ଗୁରୁତର ସହ ନେଇ ଲୋକ ପ୍ରତିନିଧି ବାଛୁଛନ୍ତି। ଆଜିକାଲି ଦରଦାମ ବୃଦ୍ଧି, ଶିକ୍ଷା, ସ୍ବାସ୍ଥ ହେଉଛି ପ୍ରକୃତ ସମସ୍ୟା। ଆଉ ଏଏପି ରାଜଧାନୀ ଦିଲ୍ଲୀରେ ଏହିସବୁ ସମସ୍ୟାର ସମାଧାନ କରିଛି। ଝାଡ଼ଖଣ୍ଡରେ ଏଥର ଭାରତୀୟ ଜନତା ପାର୍ଟି(ଭାଜପା)ର ପରାଜୟ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ମେଣ୍ଟ ସରକାର ସ୍ପଷ୍ଟ କରୁଛି ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ କେଜରିଓ୍ବାଲଙ୍କୁ ସଫଳତା ନିଶ୍ଚିତ ମିଳିବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Share