ଝାଡଖଣ୍ଡ କରୋନା ପଜିଟିଭ ରୋଗୀଙ୍କୁ ନେଇ ବାଲିଶଙ୍କରା ଅଞ୍ଚଳରେ ଭୟର ବାତାବରଣ

ସୁନ୍ଦରଗଡ, ୧୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ ଜିଲା ବିଶ୍ରାରେ ୨ କରୋନ ପଜିଟିଭ ରୋଗୀ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ଗତ ୧୨ତାରିଖରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ସେଠାରେ ଅବସ୍ଥାନ କରି ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନମୁନା ସଂଗ୍ରହ କରୁଛନ୍ତି। ଅପରପକ୍ଷେ ଜିଲାର ପଡୋଶୀ ଝାଡଖଣ୍ଡ ସିମଡେଗା ଜିଲାରେ ୨କରୋନା ରୋଗୀ ଚିହ୍ନଟ ହେବା ଓ ଏଥିରୁ ଜଣଙ୍କର ଟ୍ରାଭେଲ ହିଷ୍ଟି ସୁନ୍ଦରଗଡ ଜିଲା ବାଲିଶଙ୍କରା ଓ ସବଡେଗା ଅଞ୍ଚଳରୁ ଫେରିଥିବା ଜଣାପଡିବା ପରେ ଏଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଉପରେ ସୀମାନ୍ତବର୍ତ୍ତୀ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟର ଗ୍ରାମବାସୀ ବିଭିନ୍ନ କାର୍ଯ୍ୟରେ ଯିବା ଆସିବା କରିଥାନ୍ତି। ବାଲିଶଙ୍କରା ବ୍ଲକର ବନଡେଗା, କିଂଜିରିକେଲା ଓ ସବଡେଗା ବ୍ଲକର ବହୁ ଯୁବତୀ ଯୁବକ କାମଧନ୍ଦା ପାଇଁ ଗୋଆ, ଦିଲ୍ଲୀ, ହରିୟାଣା ଓ ମୁମ୍ବାଇ ଆଦି ଅଞ୍ଚଳକୁ ଯାଇଥାନ୍ତି। କରୋନା ପରେ ଅନେକ ନିଜ ଗ୍ରାମକୁ ଫେରିଥିବା ବେଳେ ଏହି ଅଞ୍ଚଳରୁ କେତେକ ବ୍ୟକ୍ତି ମଧ୍ୟ ଦିଲ୍ଲୀର ନିଜାମୁଦ୍ଦିନ ସମାବେଶରୁ ଫେରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ପଡୋଶୀ ଝାଡଖଣ୍ଡ ରାଜ୍ୟରେ ପଜିଟିଭ ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ଓଡିଶା ସୀମାନ୍ତବର୍ତ୍ତୀ ସିମଡେଗା ଜିଲା ଠିଟେଇଟାଙ୍ଗର ଗ୍ରାମର ବାସିନ୍ଦା। ସୂଚନା ମୁତାବକ ଠିଟେଇଟାଙ୍ଗରର ୩ଜଣ ଏପ୍ରିଲ ୧ରେ ବାଲିଶଙ୍କରା ଆସିଥିଲେ । ଏହାପରେ ସେହି ୩ଜଣଙ୍କୁ ଝାଡଖଣ୍ଡ ପୋଲିସ କ୍ୱାରେଣ୍ଟାଇନରେ ରଖିଥିଲା । ସେମାନଙ୍କ ମଧ୍ୟରୁ ଜଣେ ୧୭ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷଣ ପରେ ମଙ୍ଗଳବାର ପଜିଟିଭ ମିଳିଛି। ଏହି ଘଟଣା ଜଣାପଡିବା ପରେ ବାଲିଶଙ୍କରା ଅଞ୍ଚଳରେ ଆଶଙ୍କା ଦେଖା ଦେଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସରୋଜ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରୁ ୨୦୯ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି । ଏଥିମଧ୍ୟରୁ ବିଶ୍ରା ଅଞ୍ଚଳର ୨ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୬ଟିର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri