Posted inବୌଦ୍ଧ

ଝଡ଼ ତୋଫାନ ଯୋଗୁ ତାର ଛିଣ୍ଡିଲା: ୨ ଦିନ ହେଲା ୨ ପଞ୍ଚାୟତ ଅନ୍ଧାରରେ

ଜହ୍ନାପଙ୍କ, ୩୦।୫ (ଡି.ଏନ.ଏ.)-ଗୁରୁବାର ସନ୍ଧ୍ୟାରେ ହୋଇଥିବା ଝଡତୋଫାନ ଯୋଗୁ ମୁଣ୍ଡାପଡା ଓ ବ୍ରାହ୍ମଣୀପାଲିକୁ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଛି ା ଫଳରେ ୨ ଦିନ ହେଲା ବ୍ରାହ୍ମଣୀପାଲି ପଞ୍ଚାୟତର କିଛି ଗାଁ ଓ ମୁଣ୍ଡାପଡା ପଞ୍ଚାୟତର ମୁଣ୍ଡାପଡା, ବାରପୁଡୁଗ, କିରାସିରା, ଖମାରିଗୁଡା, କମିରା, ଖଣ୍ଡପଡା ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି ।
ପ୍ରକାଶ ଯେ, ଜହ୍ନାପଙ୍କ ସବ୍‌ଷ୍ଟେଶନରୁ ୨ଟି ଫିଡର୍‌ ସାହାଯ୍ୟରେ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ପ୍ରଥମ ଫିଡରରୁ ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର ପଞ୍ଚାୟତକୁ ବିଦ୍ୟୁତ୍‌ ଯୋଗାଣ ହୋଇଥିବା ବେଳେ ଅନ୍ୟ ଫିଡର୍‌ ଯୋଗେ ତେଲିବନ୍ଧ, ତଳସରଡା, ମୁଣ୍ଡିପଦର, ମୁଣ୍ଡାପଡା ଓ ବ୍ରାହ୍ମଣୀପାଲି ପଞ୍ଚାୟତକୁ ବିଦ୍ୟୁତ୍‌ ଯୋଗାଣ ହୋଇଥାଏ । ତେବେ ଏହି ଫିଡର୍‌ ଦୀର୍ଘ ୧୨ କିମି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ଯୋଗାଇବା ଯୋଗୁ ବିଭାଗୀୟ କର୍ମଚାରୀମାନେ ଏହାକୁ ଦେଖାରଖା କରିବା ସମୟସାପେକ୍ଷ ହୋଇଥାଏ । ଅନ୍ୟପକ୍ଷରେ ଦୀର୍ଘ ଦିନ ହେଲା ପୋଲ୍‌ ଓ ତାର ବଦଳା ଯାଉ ନ ଥିବାରୁ ଏହି ସମସ୍ୟା ଲାଗି ରହିଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ଏପରି କି ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ବିଦ୍ୟୁତ୍‌ ବିଭ୍ରାଟ ନିତିଦିନିଆ ଘଟଣା ହୋଇଥାଏ ା ଅନ୍ୟପକ୍ଷରେ ଜହ୍ନାପଙ୍କ ଫିଡର୍‌ଠାରୁ କମିରା ଗ୍ରାମ ୬ କିମି ହୋଇଥିବା ବେଳେ ତେଲିବନ୍ଧ ଫିଡର୍‌ ପଟୁ ୧୨ କିମି ଦୂର ହୋଇଥାଏ । ଫଳରେ ବିଦ୍ୟୁତ୍‌ ସମସ୍ୟା ଦେଖାଦେଲେ କମିରାବାସୀଙ୍କ ଦୁର୍ଦ୍ଦଶା ବଢିଥାଏ। ତୁରନ୍ତ ବିଦ୍ୟୁତ୍‌ ତାର ସଜାଡିବା ସହିତ କମିରା ଗ୍ରାମକୁ ଜହ୍ନାପଙ୍କ ଫିଡର୍‌ରୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ସରପଞ୍ଚ ବିଦ୍ୟାଧର ସ୍ବାଇଁ, ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ୱାର୍ଡ ସଭ୍ୟ ଦକ୍ଷ କୁମ୍ଭାର, ସନ୍ତୋଷ ଦାସ, ଶୁକଦେବ ପ୍ରଧାନ, ନବୀନ କୁମାର ପ୍ରଧାନ, ଶିବ ସାହୁ, ଦୁର୍ଯ୍ୟୋଧନ ଖଟୁଆ, ଆଦିତ୍ୟ ଦାସ, ରାଜୀବ ଲୋଚନ ଦାସ, ସୁମନ୍ତ ଦାସ, ସୁଶାନ୍ତ ବାଘ, ବାଞ୍ଝାନିଧି ହୋତା, କିଶୋର ସାହୁ ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri